ଟ୍ଵିଟରରେ ଆସିଲା ‘ଫ୍ଲିକର ସିଂ’ର ପ୍ରଥମ ଝଲକ

ମୁମ୍ବାଇ: ଭାରତୀୟ ହକି ଟିମ୍‌ର କ୍ୟାପ୍‌ଟେନ୍‌ ସନ୍ଦିପ୍‌ ସିଂଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଫ୍ଲିକର ସିଂର ପ୍ରଥମ ଝଲକ ଦେଖିବାକୁ ମିଳିଛି । ଆଜି ଫିଲ୍ମରେ ସନ୍ଦିପ୍‌ ସିଂଙ୍କ ଚରିତ୍ରରେ ଆସୁଥିବା ଅଭିନତା ଦିଲ୍‌ଜିତ୍‌ ଦୋସାଞ୍ଜ ନିଜ ଟ୍ଵିଟର ଆକାଉଣ୍ଟରେ ଫିଲ୍ମର ପ୍ରଥମ ଫଟୋ ସେୟାର କରିବା ସହ ଲେଖିଛନ୍ତି- “ଏ ଓ୍ଵିନର ଓ୍ଵିନ୍‌ସ ଦ ଗେମ୍‌, ହିୟର ଇଜ୍‌ ଓ୍ଵାନ୍‌ ହୁ ଓ୍ଵିଲ୍‌ ଓ୍ଵିନ୍‌ ଅଲ୍‌ ୟୋର ହାର୍ଟ ।”

ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଶାଦ୍‌ ଅଲ୍ଲୀ ଥିବା ବେଳେ ଦିଲ୍‌ଜିତ୍‌ଙ୍କ ନାୟିକା ଭାବେ ଦେଖାଦେବେ ତାପସୀ ପନ୍ନୁ । ଏହି ଫିଲ୍ମରେ ଦୁଇ ଜଣ ହକି ଖେଳାଳି ଭାବରେ ଦେଖା ଦେବେ ବୋଲି ଜଣା ପଡ଼ିଛି । ତାପସୀ ଫିଲ୍ମର ସୁଟିଂ ଆରମ୍ଭ କରି ସାରିଥିବା ବେଳେ ଏହି ଫିଲ୍ମରେ ଖେଳକୁ ଗୁରୁତ୍ୱ ଦିଆଯାଇଥିବାରୁ ମୁଁ ଏହି ଫିଲ୍ମକୁ କରିବା ପାଇଁ ଇଚ୍ଛା କରିଥିଲେ ଏବଂ ଏହାର ସୁଟିଂମୋର ସବୁଠାରୁ ପସନ୍ଦର ସ୍ଥାନ ପଞ୍ଜାବରେ ହେଉଥିବାରୁ ମୁଁ ଆହୁରି ଖୁସି ବୋଲି ତାପସୀ କହିଛନ୍ତି ।

ଏହି ଫିଲ୍ମରେ ଦିଲ୍‌ଜିତ୍‌ ଏବଂ ତାପସୀଙ୍କ ସହିତ ଅଙ୍ଗଦ୍‌ ବେଦୀ ଏବଂ ଚିତ୍ରାଙ୍ଗଦା ସିଂ ନଜର ଆସିବେ । ଏହା ଛଡ଼ା ୨୦୧୮ରେ ଦିଲ୍‌ଜିତ୍‌ଙ୍କ ଆଉ ଏକ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି । ସେଥିରେ ତାଙ୍କ ନାୟିକା ସାଜିଛନ୍ତି କ୍ରିତି ସାନନ୍‌ । ଫିଲ୍ମର ସୁଟିଂ ଫେବ୍ରୁଆରି ୨୦୧୮ରୁ ଆରମ୍ଭ ହେବାକୁ ଥିବା ବେଳେ ଫିଲ୍ମର ନା ରହିଛି ‘ଅର୍ଜୁନ୍‌ ପଟିଆଲା…..ଲାର୍ଜର ଦ୍ୟାନ୍‌ ଲାଇଫ୍‌’ ।

ସମ୍ବନ୍ଧିତ ଖବର