ପୁଣି ଏକ ନୂଆ ଯୋଡ଼ିକୁ ଖୁବ୍ ଶୀଘ୍ର ବଡ଼ ପରଦାରେ ଭେଟିବାକୁ ଯାଉଛନ୍ତି ଓଡ଼ିଆ ଦର୍ଶକ। ଦୁହେଁ କଳାକାର ଭାବେ ବେଶ୍ ଜଣାଶୁଣା, ହେଲେ ଉଭୟ ପ୍ରଥମଥର ଏକାଠି କାମ କରିଛନ୍ତି। ଅଭିଷେକ ରଥ ଓ ଅର୍ଲିନ୍ ଅଙ୍କିତାଙ୍କ ଯୋଡ଼ି ନୂଆ ଚଳଚ୍ଚିତ୍ର ‘ସାର୍’ରେ ଅଭିନୟ କରୁଛନ୍ତି। କେଶବ ମଲ୍ଲିକ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଥିବା ବେଳେ ‘ଗଙ୍ଗଶିଉଳି’ ଫେମ୍ ଡକ୍ଟର କମଳଲୋଚନ ସାହୁ ଏହାର ପ୍ରଯୋଜନା କରିବା ସହ କାହାଣୀ ଓ ସଂଳାପ ରଚନା କରିଛନ୍ତି। ସେ ବି ପ୍ରାୟ ୨୭ ବର୍ଷ ପରେ ଓଲିଉଡ୍‌କୁ ଫେରିଛନ୍ତି।

Advertisment

ସୂଚନାଯୋଗ୍ୟ, ‘ଏସିପି ସାଗରିକା’ ଚଳଚ୍ଚିତ୍ରରେ ଓଡ଼ିଆ ଚଳଚ୍ଚିତ୍ରକୁ ପ୍ରବେଶ କରିଥିବା ଅଭିଷେକଙ୍କୁ  ପରେ ‘କେହି ନୁହେଁ କାହାର’, ‘ଚୁପ୍ ଚୁପ୍ ଚୋରି ଚୋରି’,  ‘କଥା ଦେଲି ମଥା ଛୁଇଁ’ ଏବଂ ‘କଟି ପତଙ୍ଗ’ ଆଦି ସିନେମାରେ ଦେଖିବାକୁ ମିଳିଛି । ଏସବୁ ସିନେମାରେ ଅଭିଷେକ ରଥ ପ୍ରକୃତି ମିଶ୍ର, ଏଲିନା ଓ ରୀୟାଙ୍କ ଭଳି ଜଣାଶୁଣା ନାୟିକାଙ୍କ ସହ ନଜର ଆସିଛନ୍ତି।

ଏଣେ ଅର୍ଲିନ୍ ଅଙ୍କିତା ‘ମାୟାବୀ’, ‘ସନାତନୀ’ ଓ ‘ରାକେଟ୍’ ଆଦି ଓଡ଼ିଆ ଛବିରେ ନାୟିକା ଭୂମିକାରେ ନଜର ଆସିଛନ୍ତି। ଏଥିରେ ତାଙ୍କୁ ଯଥାକ୍ରମେ ଅଙ୍କିତ ପଟ୍ଟନାୟକ, ସମ୍ବିତ୍‌ ଓ ଦୁଷ୍ମନ୍ତଙ୍କ ବିପକ୍ଷରେ ଦେଖିବାକୁ ପାଇଛନ୍ତି ସିନେପ୍ରେମୀ। କମଳ ସିନେ ପ୍ରଡକ୍‌ସନ୍ସ ନିବେଦିତ ‘ସାର୍’ରେ ଦର୍ଶକ ଅଭିଷେକ ରଥ-ଅର୍ଲିନ୍ ଅଙ୍କିତା ଯୋଡ଼ିକୁ କେତେ ପସନ୍ଦ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।