ରଣଦୀପଙ୍କ ବିବାହର ମାତ୍ର ଦିନ କେଇଟା ପୂର୍ବରୁ ଇଟାଲିରେ ବୃହତ୍‌ ବନ୍ୟା; ପ୍ରଭାବିତ କରିବ କି ବିବାହକୁ?

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ମାନଙ୍କୁ ଲାଗିଛି ଇଟାଲି ନିଶା। ଗତବର୍ଷ ଅଭିନେତ୍ରୀ ଅନୁଷ୍କା ଶର୍ମା କ୍ରିକେଟ୍‌ ତାରକା ବିରାଟ କୋହଲିଙ୍କୁ ଇଟାଲିରେ ବିବାହ କରିଥିବା ବେଳେ ଚଳିତବର୍ଷ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତା ରଣବୀର ସିଂହ ମଧ୍ୟ ଏଠାରେ ବିବାହ କରିବା ପାଇଁ ସ୍ଥିର କରିଛନ୍ତି। ଆଉ ମାତ୍ର ଦିନ କେତେଟା ପରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରଣଦୀପ। ମାତ୍ର ଠିକ୍‌ ସମୟରେ ଇଟାଲିରେ ବନ୍ୟା ହୋଇଛି ଯେତେବେଳେ ସେମାନଙ୍କ ବିବାହକୁ ପ୍ରଭାବିତ କରିବ କି ନାହିଁ ଏ ନେଇ ପ୍ରଶ୍ନବାଚୀଟିଏ ସୃଷ୍ଟି ହୋଇଛି। ଜାଣିବାକୁ ମିଳିଛି ଯେ ଇଟାଲିରେ ହୋଇଥିବା ଏହି ବନ୍ୟା ହେଉଛି ଦୁଇ ଦଶଂଧିର ସବୁଠାରୁ ବଡ଼ ବନ୍ୟା।

ଅକ୍ଟୋବର ଓ ନଭେମ୍ବର ମାସରେ ଇଟାଲିକୁ ବିଭିନ୍ନ ଦେଶରୁ ଲୋକେ ବୁଲିବାକୁ ଆସୁଥିବା ବେଳେ ଅଚାନକ ଏପରି ପ୍ରାକୃତିକ ଦୁର୍ବିପାକ ଦେଶବାସୀଙ୍କୁ ଚକିତ କରିଛି। ତେବେ ଭାରତୀୟମାନଙ୍କର ଏ ନେଇ ବାସ୍‌ ଗୋଟିଏ ଚିନ୍ତା ଏହି ବନ୍ୟା ଆଉ ରଣଦୀପଙ୍କ ବିବାହକୁ ପ୍ରଭାବିତ କରିବ ନାହିଁ ତ? ଉଲ୍ଲେଖଯୋଗ୍ୟ, ରଣବୀର ଓ ଦୀପିକା ଇଟାଲିର ଲେକ୍‌ କୋମୋ ସହରରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର