ସୋନି ଟିଭିର ଲୋକପ୍ରିୟ ଡ୍ୟାନ୍ସ ରିୟାଲିଟି ସୋ’ ସୁପର ଡ୍ୟାନ୍ସର-୪ର ବିଜେତା ହୋଇଛନ୍ତି ଫ୍ଲୋରିନା ଗୋଗୋଇ। ଏହି ସୋ’ରେ କୋରିଓଗ୍ରାଫର ଗୀତା କପୁର, ଫିଲ୍ମ ନିର୍ମାତା ଅନୁରାଗ୍ ବସୁ, ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଜଜ୍ ଆସନରେ ଥିଲେ। ତେବେ ସୁପର ଡ୍ୟାନ୍ସର ସିଜିନ୍-୪ର ଟପ୍-୫ରେ ଫ୍ଲୋରିନା ଗୋଗୋଇ, ଇଶା ମିଶ୍ରା, ସଞ୍ଚିତ ଚନାନା, ପୃଥ୍ବୀରାଜ୍, ନୀରଜା ଫାଇନାଲିଷ୍ଟ ଥିଲେ। ହେଲେ ସମସ୍ତଙ୍କୁ ଟକ୍କର ଦେଇ ଫ୍ଲୋରିନା ବିଜେତା ହୋଇଛନ୍ତି।
ଫ୍ଲୋରିନାଙ୍କୁ ୧୫ ଲକ୍ଷ ଟଙ୍କାର ଅର୍ଥ ରାଶି ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯାଇଛି। ଫ୍ଲୋରିନାଙ୍କ ଗୁରୁ ତୁଷାରଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କା ଦିଆଯାଇଛି। ଏହା ବ୍ୟତୀତ ଦ୍ବିତୀୟ ସ୍ଥାନରେ ଥିବା ପୃଥ୍ବୀରାଜ୍ଙ୍କୁ ୫ ଲକ୍ଷ ଟଙ୍କା ଦିଆଯାଇଛି। ତୃତୀୟ ସ୍ଥାନରେ ପଞ୍ଜାବର ସଞ୍ଚିତ, ଚତୁର୍ଥ ସ୍ଥାନରେ ନୀରଜା ଓ ଇଶା ପଞ୍ଚମ ସ୍ଥାନ ହାସଲ କରିଛନ୍ତି। ତେବେ ଟପ୍-୫ରେ ଶେଷ ତିନି ଜଣ ପ୍ରତିଯୋଗୀଙ୍କୁ ମଧ୍ୟ ଏକ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏହା ବ୍ୟତୀତ ସମସ୍ତ ଟପ୍-୫ ଫାଇନାଲିଷ୍ଟଙ୍କୁ ସୋ’ର ପ୍ରଯୋଜନା ସଂସ୍ଥା ତରଫରୁ ରେଫ୍ରିଜରେଟର ଓ ଏୟାର ପ୍ୟୁରିଫାୟର ଓ ପାର୍ଟନର ବ୍ୟାଙ୍କ ତରଫରୁ ୫୧ ହଜାର ଟଙ୍କାର ଏଫଡି ସାର୍ଟିଫିକେଟ୍ ଦିଆଯାଇଛି।