‘ମୈଦାନ୍’ର ସୁଟିଂ ପାଇଁ ଥାଇଲାଣ୍ଡ୍‌ରୁ ଆସିଛନ୍ତି ଫୁଟ୍‌ବଲ୍‌ ଖେଳାଳି

ମୁମ୍ବାଇ:  ଅଜୟ ଦେବଗନ୍‌ଙ୍କ ଅଭିନୀତ ତଥା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ମୈଦାନ୍’ ଆସନ୍ତା ଅକ୍ଟୋବର୍ ୧୫ରେ ବଡ଼ ପରଦାରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ରର ୯୦ ଭାଗ ସୁଟିଂ ଶେଷ ହୋଇଯାଇଥିବା ବେଳେ ଆଗାମୀ ମାସକ ମଧ୍ୟରେ ଏହାର ସମସ୍ତ ସୁଟିଂ ଶେଷ କରାଯିବ। ଏହି ୧୦ ଭାଗ ସୁଟିଂରେ ଭାରତର ବିଭିନ୍ନ ଦେଶ ସହିତ ଖେଳାଯିବାକୁ ଥିବା ଫୁଟବଲ ମ୍ୟାଚ୍‌ର ସୁଟିଂ କରାଯିବ। ସେଥିପାଇଁ ଥାଇଲାଣ୍ଡରୁ କିଛି ଖେଳାଳି ଆସି ଭାରତର ହୋଟେଲ୍‌ରେ ଅବସ୍ଥାନ ମଧ୍ୟ କରିଛନ୍ତି।

ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ ସୂଚନା ମୁତାବକ, ‘ମୈଦାନ୍‌’କୁ ହିନ୍ଦୀ ସମେତ ତାମିଲ, ତେଲୁଗୁ ଓ ମାଲାୟଲମ୍ ଭାଷାରେ ମୁକ୍ତିଲାଭ କରାଯିବ। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍ ପ୍ରସିଦ୍ଧ ଫୁଟ୍‌ବଲ୍‌ ପ୍ରଶିକ୍ଷକ ସୟେଦ୍ ଅବ୍‌ଦୁଲ୍ ରହିମ୍‌ଙ୍କ ଭୂମିକାରେ ନଜର ଆସିବେ।

ସମ୍ବନ୍ଧିତ ଖବର