‘ଭାରତ’ରେ ୨୦ପ୍ରକାରର ଦାଢ଼ୀ ଥିବା ଲୁକ୍‌ରେ ନଜର ଆସିବେ ଦବଙ୍ଗ ଷ୍ଟାର

ମୁମ୍ବାଇ : ଜୁନ୍‌ ମାସରେ ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ଭାରତ’କୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ଫିଲ୍ମର ଟ୍ରେଲର ଏବଂ ପୋଷ୍ଟର ଆସିବା ପରେ ଲୋକେ ଏବେ ଫିଲ୍ମକୁ ନେଇ ଅଧିକ ଉତ୍ସାହିତ ହେବାରେ ଲାଗିଛନ୍ତି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ସଲାମନ ଖାନ୍‌ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ଦର୍ଶକେ ଦେଖିବାକୁ ପାଇବା ସହ ଫିଲ୍ମର ପ୍ରାୟ ଗୀତ ରିଲିଜ୍‌ ହୋଇ ସାରିଛି ।

ଯେଉଁମାନେ ଫିଲ୍ମର ଟ୍ରେଲର ଦେଖିଥିବେ, ସେଥିରେ ସଲମାନଙ୍କ ଭିନ୍ନ ଭିନ୍ନ ଲୁକ୍‌ ଥିବା ମଧ୍ୟ ସେମାନେ ଦେଖି ପାରିଥିବେ । ତେବେ ଫିଲ୍ମ ପାଇଁ ସଲାମନ ୨୦ ପ୍ରକାରର ନିଶ ଏବଂ ଦାଢ଼ୀ ବ୍ୟବହାର କରିଛନ୍ତି ବୋଲି ଜଣାପଡ଼ିଛି । ଏହାର ଖୁଲାସା ଫିଲ୍ମର ନିର୍ଦ୍ଦେଶକ ଅଲ୍ଲୀ ଅବ୍ଦାସ ଜଫର ନିଜେ କରିଛନ୍ତି ।

India Today

ସୂଚନା ମୁତାବକ, ଫିଲ୍ମ ଭାରତ ୨୦୧୪ରେ ରିଲିଜ୍‌ ହୋଇଥିବା ଦକ୍ଷିଣ କୋରିୟାଇ ଫିଲ୍ମ ଅଡ୍‌ ଟୁ ମାଇ ଫାଦରର ଅଧିକାରୀକ ରୂପାନ୍ତର ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର