ମୁମ୍ବାଇ : ଲଣ୍ଡନରେ ନିଜର ଚିକିତ୍ସା ସାରି ଫେରିବା ପରେ ଏବେ ଫିଲ୍ମ ଅଂଗ୍ରେଜୀ ମିଡିୟମକୁ ନେଇ ବ୍ୟସ୍ତ ଅଛନ୍ତି ଅଭିନେତା ଇରଫାନ ଖାନ୍ । ତେବେ ଇର୍ଫାନ ଏବେ ପୁଣି ଥରେ ୬ମାସ ପାଇଁ ନିଜର ଚିକିତ୍ସା କରିବାକୁ ଲଣ୍ଡନ ଯିବେ ବୋଲି ଜଣା ପଡ଼ିଛି । ତେବେ ସେ ଫିଲ୍ମକୁ ଅଧାରେ ନ ରୋକି ଫିଲ୍ମ ସହ ଚିକିତ୍ସା ଜାରି ରଖିବେ ବୋଲି ସୂଚନା ମିଳିଛି ।
/sambad/media/post_attachments/wp-content/uploads/2019/06/a29175c6-2bed-11e8-8732-87a46da2a8cc-300x169.jpg)
ଯାହା ପାଇଁ ଲଣ୍ଡନରେ ସୁଟ୍ ହେବାକୁ ଥିବା ଦୃଶ୍ୟର ସମୟ ଧାର୍ଯ୍ୟ କରାଯାଇ ସାରିଛି । ୨୦ଦିନ ପାଇଁ ଫିଲ୍ମ ଫିଲ୍ମ ସୁଟ୍ କରାଯିବା ସହ ଇର୍ଫାନ ନିଜର ଚିକିତ୍ସା ଜାରି ରଖିବେ । ଏହା ସହ ଆଗାମୀ ୬ମାସ ମଧ୍ୟରେ ଇର୍ଫାନ ସେହି ଫିଲ୍ମରେ କାମ କରିବେ, ଯେଉଁ ଫିଲ୍ମର ସୁଟିଂ ଲଣ୍ଡନରେ ହୋଇ ପାରୁଥିବ । କିଛି ଦିନ ତଳେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ଇର୍ଫାନକୁ ପଚରାଯାଇଥିବା ବେଳେ ସେ ଏହାର ସୁଟିଂ ଲଣ୍ଡନରେ ହୋଇ ପାରିବ କି ନାହିଁ ବୋଲି ପଚାରିଥିଲେ ।