ପ୍ରଥମ ଥର ପାଇଁ ‘କିକ୍‌-୨’ରେ ସଲମାନଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ଏହି ନାୟିକା

ମୁମ୍ବାଇ :  ୨୦୧୪ ଜୁଲାଇ ୨୫ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘କିକ୍‌’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ସଲମାନ ଖାନ୍‌ ଏବଂ ଅଭନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍  । ଖଳନାୟକ ଭୂମିକାରେ ନଓ୍ଵାଜୁଦ୍ଦିନ ସିଦ୍ଦିକୀ ନଜର ଆସିଥିବା ବେଳେ ତାଙ୍କ ଚରିତ୍ରଟି ସମସ୍ତଙ୍କୁ ପସନ୍ଦ ଆସିଥିଲା । ତେବେ ଫିଲ୍ମଟି ସୁପରହିଟ୍‌ ସାବ୍ୟସ୍ତ ହୋଇଥିବା ବେଳେ ଏହାର ଦ୍ୱିତୀୟ ଭାଗ ନିର୍ମାଣ ହେବାକୁ ଯାଉଛି । ଦ୍ୱିତୀୟ ଭାଗରେ ପୂର୍ବଭଳି ସଲମାନ ମୁଖ୍ୟ ନାୟକ ଭୂମିକାରେ ନଜର ଆସିବାକୁ ଥିବା ବେଳେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଏଥିରେ ମୁଖ୍ୟ ନାୟିକା ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

indiatimes.com

ମିଳିଥିବା ସୂଚନା ଅନୁଯାୟୀ, କିକ୍‌ ପାଇଁ ପ୍ରଥମେ ଦୀପିକାଙ୍କୁ ବଛା ଯାଇଥିବା ବେଳେ ପରେ ଜାକ୍‌ଲିନ୍‌ଙ୍କୁ ଏହି ଫିଲ୍ମ ମିଳିଥିଲା । କିନ୍ତୁ ଏହାର ଦ୍ୱିତୀୟ ଭାଗରେ ନିର୍ମାତାମାନେ ଦୀପିକାଙ୍କୁ ନେବା ପାଇଁ ଚିନ୍ତା କରୁଥିବା ଜଣା ପଡ଼ିଛି । ତେବେ ‘କିକ୍‌-୨’ରେ ସଲମାନଙ୍କ ସହ ଶେଷରେ କିଏ ସ୍କ୍ରିନ୍‌ ସେୟାର କରିବ ତାହା ଭବିଷ୍ୟତରେ ଜଣାପଡ଼ିବ ।

ସମ୍ବନ୍ଧିତ ଖବର