ମୁମ୍ବାଇ: ଦୀର୍ଘ ୨୭ ବର୍ଷ ହେଲା ନିଜ ପସନ୍ଦର ମିଠା ଖାଇ ନାହିଁ। ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟ୍ନେସ୍ ସୋ’ ‘ସେପ୍ ଅଫ୍ ୟୁ’ରେ ଏକଥା କହିଛନ୍ତି ଚଳଚ୍ଚିତ୍ର ଅଭିନେତା ଜନ୍ ଆବ୍ରାହାମ୍। ଶିଳ୍ପାଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଚିନି ସିଗାରେଟ୍ଠାରୁ ଅଧିକ ବିପଜ୍ଜନକ। ପୃଥିବୀର ସବୁଠାରୁ ବଡ଼ ବିଷ ହେଉଛି ଚିନି। ତେଣୁ ସିଗାରେଟ୍ ଟାଣିଲେ ସ୍ବାସ୍ଥ୍ୟ ପ୍ରତି ଯେଭଳି କ୍ଷତିକାରକ ମିଠାଖାଇବା ମଧ୍ୟ ଅନୁରୂପ ଭାବେ ବିପଦପୂର୍ଣ୍ଣ। ତେଣୁ ସେ ମିଠା ଖାଇବାଠାରୁ ଦୂରେଇ ଯାଇଛନ୍ତି। ଏପରିକି ତାଙ୍କର ଅତି ପ୍ରିୟ ‘କାଜୁ କାତିଲ୍’କୁ ମଧ୍ୟ ସେ ୨୭ ବର୍ଷ ହେଲା ଖାଇ ନାହାନ୍ତି।
୨୭ ବର୍ଷ ହେଲା ପସନ୍ଦର ମିଠା ଖାଇ ନାହିଁ: ଜନ୍ ଆବ୍ରାହାମ
/sambad/media/post_attachments/wp-content/uploads/2019/04/John-Abraham-on-when-he-will-be-producing-a-love-story.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)