ଏହି କାରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶପଥଗ୍ରହଣ ସମାରୋହରେ ଯୋଗ ଦେଇ ପାରି ନଥିଲେ ସଲମାନ ଖାନ୍‌

ମୁମ୍ବାଇ : ଦିଲ୍ଲୀର ରାଷ୍ଟ୍ରପତି ଭବନରେ ମେ’ ୩୦ରେ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହି ସମାରୋହରେ ବିଭିନ୍ନ ପେଶାର ଲୋକେ ସାମିଲ ହୋଇଥିଲେ । ନେତା, କଳାକାର ଏବଂ ବଡ଼ ବଡ଼ ବ୍ୟବସାୟୀଙ୍କୁ ଏହି ସମାରୋହରେ ଦେଖିବାକୁ ମିଳିଥିଲା । ତେବେ ଏଭଳି କିଛି ଅତିଥି ଥିଲେ ଯେଉଁମାନେ ବିଭିନ୍ନ ସମସ୍ୟା ପାଇଁ ସମାରୋହରେ ଯୋଗ ଦେଇ ପାରି ନଥିଲେ । ସେ ମଧ୍ୟରୁ ଜଣେ ହେଲେ ଅଭିନେତା ସଲମାନ ଖାନ୍‌ । ନିମନ୍ତ୍ରଣ ପାଇ ମଧ୍ୟ ସେ ସମାରୋହରେ ଯୋଗ ଦେଇ ନଥିଲେ । ଯାହାର କାରଣ ଏବେ ସାମ୍ନାକୁ ଆସିଛି ।

Aaj Tak

ସୂଚନା ମୁତାବକ, ମେ’ ୩୦ରେ ଅଜୟ ଦେବଗନଙ୍କ ବାପା ଦିବଂଗତ ବୀରୁ ଦେବଗନଙ୍କ ପ୍ରାର୍ଥନା ସଭା ରଖା ଯାଇଥିଲା । ଯାହା ପାଇଁ ସଲମାନ ମୋଦୀଙ୍କ ଶପଥ ଗ୍ରହଣ ସମାରୋହକୁ ନ ଯାଇ ବୀରୁ ଦେବଗନଙ୍କ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ । ସଲମାନଙ୍କ କହିବା ଅନୁଯାୟୀ, ମୁଁ ପରିବାର ଏବଂ ବନ୍ଧୁଙ୍କୁ ଅଧିକ ପ୍ରାଥମିକତା ଦେଇଥାଏ । ମୋର ଅତୀତକୁ ଦେଖିଲେ ଆପଣ ଜାଣି ପାରିବେ । ତେବେ ଦୁଇଟି କାମ ଗୋଟେ ଦିନରେ ଥିବାରୁ ମୁଁ ବୀରୁ ଦେବଗନଙ୍କ ପ୍ରାର୍ଥନା ସଭାରେ ଯୋଗ ଦେବାକୁ ଉଚିତ ମନେ କରିଥିଲି ।

ସମ୍ବନ୍ଧିତ ଖବର