ଶ୍ରୀଦେବୀଙ୍କ ମୃତ୍ୟୁ ହୃଦ୍‌ଘାତରେ ହୋଇଛି ବୋଲି ପ୍ରମାଣ ଦେଲା ଫରେନ୍‌ସିକ୍‌ ରିପୋର୍ଟ: ସଂଧ୍ୟାରେ ମୁମ୍ବାଇରେ ପହଞ୍ଚିବ ମର ଶରୀର 

ମୁମ୍ବାଇ: ଅଭିନେତ୍ରୀ ଶ୍ରୀଦେବୀଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି ବୋଲି ଦୁବାଇର ଫରେନ୍‌ସିକ୍‌ ଡିପାର୍ଟମେଣ୍ଟ ସୋମବାର ସ୍ପଷ୍ଟ କରିଛନ୍ତି। ମୃତ୍ୟୁର ଦୀର୍ଘ ସମୟ ପରେ ଶ୍ରୀଦେବୀଙ୍କ ମୃତ୍ୟୁ ସଂପର୍କିତ ରିପୋର୍ଟ ପ୍ରକାଶ ପାଇଛି। ଡାକ୍ତରମାନେ ଦେଇଥିବା ସୂଚନା ମୁତାବକ ବାସ୍ତବରେ ଶ୍ରୀଦେବୀ ହୃଦ୍‌ଘାତରେ ହିଁ ପ୍ରାଣ ତ୍ୟାଗ କରିଛନ୍ତି ବୋଲି ଦୁବାଇର ଫରେନ୍‌ସିକ୍‌ ବିଭାଗ ସ୍ପଷ୍ଟ କରିଛି। ଅଭିନେତ୍ରୀ ଶ୍ରୀଦେବୀଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଛି। ଶ୍ରୀଦେବୀଙ୍କ ମୃତ୍ୟୁ ନେଇ କୌଣସି କୌଣସି ସନ୍ଦେହ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି। ଦୁବାଇରେ ରହୁଥିବା ଭାରତୀୟ ଦୂତବାସଙ୍କ ପକ୍ଷରୁ ପ୍ରକାଶ ପାଇଛି ଯେ ଶ୍ରୀଦେବୀଙ୍କ ମର ଶରୀର ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩.୩୦ଟା ସମୟରେ ଦୁବାଇରୁ ତାଙ୍କ ବାସସ୍ଥାନ ମୁମ୍ବାଇ ଅଭିମୁଖେ ବାହାରିବ। ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ବ୍ୟକ୍ତିଗତ ଜେଟ୍‌ ଦ୍ୱାରା ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ମୁମ୍ବାଇ ଅଣାଯିବ।

ଉଲ୍ଲେଖଯୋଗ୍ୟ, ଦୁବାଇର ଜଣେ ସାମ୍ବାଦିକ ଦେଇଥିବା ସୂଚନା ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କର ହସ୍ପିଟାଲ୍‌ ଆସିବା ପୂର୍ବରୁ ମୃତୁ ଘଟିଥାଏ ତା’ହେଲେ ଉକ୍ତ ମାମଲା ଅପେକ୍ଷାକୃତ ଜଟିଳ ହୋଇଥାଏ। ସମସ୍ତ ପ୍ରକ୍ରିୟା ଶେଷ କରି ମର ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଇବା ପାଇଁ ଗୁଡ଼ାଏ ସମୟ ଲାଗିଥାଏ। ମୃତ୍ୟୁ ପରେ ପୁଲିସ୍‌ଙ୍କୁ ସୂଚୀତ କରାଯାଏ। ସେମାନେ ମାମଲା ରୁଜୁ କରି ତଦନ୍ତ କରିଥାନ୍ତି।

ପ୍ରକ୍ରିୟା ଅନୁଯାୟୀ, ଶ୍ରୀଦେବୀଙ୍କ ମର ଶରୀରକୁ ବି ପ୍ରଥମେ ଦୁବାଇର ଶବ ସଂରକ୍ଷାଳୟ(ମର୍ଗ)ରେ ରଖାଯାଇଥିଲା। ଫରେନ୍‌ସିକ୍‌ ପରୀକ୍ଷା ପରେ ଶରୀରକୁ ପୁଲିସ୍‌ ହାତକୁ ଦିଆଯାଇଥିଲା। ଶରୀର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ ପ୍ରମାଣ ପତ୍ର ଦିଆଯାଇଥଲା। ତା’ପରେ ଯାଇ ପୁଲିସ୍‌ ପକ୍ଷରୁ ମଞ୍ଜୁରି ପ୍ରଦାନ କରିଥିଲା।

ସମ୍ବନ୍ଧିତ ଖବର