ନୂଆଦିଲ୍ଲୀ : ରାତାରାତି ଇଣ୍ଟରନେଟ୍ ସେନ୍ସେସନ୍ ବନିଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ପୂର୍ବରୁ ଆଖି ମାରି ଦର୍ଶକଙ୍କୁ ମତୁଆଲା କରି ସାରିଛନ୍ତି ଭୋଜପୁରୀ ଅଭିନେତ୍ରୀ ଅମରପଲ୍ଲୀ ଦୁବେ । ପ୍ରିୟା ପ୍ରକାଶଙ୍କ ପ୍ରଥମ ଫିଲ୍ମ ‘ଓରୁ ଅଦାର ଲଭ୍’ରେ ଥିବା ଏକ ଗୀତର କିଛି ଦୃଶ୍ୟରେ ପ୍ରିୟା ପ୍ରକାଶଙ୍କ ଅଖି ମରାକୁ ଲୋକମାନେ ଅଧିକ ପସନ୍ଦ କରିବା ସହ ପୂରା ଦୁନିଆ ତା’ଙ୍କ ଦିଓ୍ଵାନା ହୋଇ ଯାଇଥିଲା । ଭିଡ଼ିଓଟି ଫେବୃଆରି ମାସର ପ୍ରେମ ସପ୍ତାହରେ ରିଲିଜ ହୋଇଥିବାରୁ ତା’ଙ୍କୁ ଭାଲେଣ୍ଟାଇନ୍ ଗର୍ଲ ବୋଲି ଲୋକେ କହିବା ଆରମ୍ଭ କରି ଦେଇଥିଲେ । ୨୬ ସେକେଣ୍ଡର ଭିଡ଼ିଓ ଲାଗି ପୂରା ଦେଶରେ ସେ ଚର୍ଚ୍ଚିତ ହୋଇ ଯାଇଥିଲେ ।

ଠିକ୍ ଏହି ଭଳି ଭାବରେ ୩ ବର୍ଷ ପୂର୍ବେ ଚର୍ଚ୍ଚାର ପରିସରକୁ ଆସିଥିଲେ ଭୋଜପୁରୀ ଅଭିନେତ୍ରୀ ଅମରପଲ୍ଲୀ ଦୁବେ । ଭୋଜପୂରୀ ଫିଲ୍ମ ‘ରାଜା ବାବୁ’ରେ ଥିବା ଏକ ଗୀତରେ ତା’ଙ୍କ ଆଖି ମରା ଦୃଶ୍ୟକୁ ଲୋକେ ପସନ୍ଦ କରିବା ସହ ସେହି ଦୃଶ୍ୟଟି ତା’ଙ୍କୁ ସଫଳତା ଆଣି ଦେଇଥିଲା । ୨୦୧୫ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ଅମରପଲ୍ଲୀଙ୍କ ବିପକ୍ଷରେ ନଜର ଆସିଥିଲେ ଭୋଜପୁରୀ ଅଭିନେତା ନିରାହୁଆ । ଦୁଇ ଜଣଙ୍କ ଯୋଡ଼ିକୁ ଦର୍ଶକେ ପସନ୍ଦ କରିଥିବା ବେଳେ ଅମରପଲ୍ଲୀଙ୍କ ସେହି ଆଖିମରା ଦୃଶ୍ୟକ ଦର୍ଶକଙ୍କୁ ଫିଦା କରିଥିଲା । ଅମରପଲ୍ଲୀଙ୍କ ପରେ ପ୍ରିୟାଙ୍କୁ ଏହି ସଫଳତା ମିଳିଛି । ଜୁନ୍ ୧୪,୨୦୧୮ରେ ରିଲିଜ ହେବାକୁ ଥିବା ଫିଲ୍ମ ‘ଓରୁ ଅଦାର ଲଭ୍’ର ଦୃଶ୍ୟ ପାଇଁ ସେ ସାରା ଦେଶରେ ପ୍ରସିଦ୍ଧ ହୋଇ ସାରିଛନ୍ତି । ଏଥି ପାଇଁ ତାଙ୍କୁ ବିଭିନ୍ନ ଇଣ୍ଡଷ୍ଟ୍ରିରୁ ଫିଲ୍ମର ଅଫର ଆସୁଥିବା ମଧ୍ୟ ଜଣା ପଡ଼ିଛି ।