ନୂଆଦିଲ୍ଲୀ: କନ୍ନଡ଼ ସିନେମା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କନ୍ନଡ ଅଭିନେତ୍ରୀ ତଥା ବିଗବସ ସିଜନ-୩ର ପ୍ରତିଯୋଗୀ ଜୟଶ୍ରୀ ରମୈୟାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୋମବାର ଖବର ଆସିଛି।
ସୂଚନାଯୋଗ୍ୟ, ଜାନୁଆରି ୨୫ ଅର୍ଥାତ ସୋମବାର ଦ୍ବିପହରରେ ଜୟଶ୍ରୀଙ୍କ ମୃତଦେହ ବେଙ୍ଗାଲୁରୁର ଉଦ୍ଧାର ହୋଇଛି। ତେବେ ଜୟଶ୍ରୀ କିଛିଦିନ ହେବ ଚିନ୍ତାରେ ରହୁଥିବା ତାଙ୍କର କିଛି ପାଖଲୋକ କହିଛନ୍ତି। ଏ ନେଇ ତାଙ୍କର ଚିକିତ୍ସା ବେଙ୍ଗାଲୁରୁରେ ଚାଲୁଥିଲା।
ଜୟଶ୍ରୀଙ୍କ ମୃତ୍ୟୁ ସମଗ୍ର କନ୍ନଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳାଇ ଦେଇଛି। ଗତବର୍ଷ ଜୟଶ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।
/sambad/media/post_attachments/20f4ae7af96a481cceb2a6f440a835233bd79276819ba0fae224cc2032817b46.jpg)
ଉକ୍ତ ପୋଷ୍ଟରେ ଜୟଶ୍ରୀ କହିଥିଲେ କି, ସେ ଡିପ୍ରେସନର ଶିକାର ହୋଇଛନ୍ତି। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିବାକୁ ଚାହୁଁଛନ୍ତି। ଏଥିସହିତ ଜୟଶ୍ରୀ ତାଙ୍କ ଟୁଇଟରରେ ଲେଖିଥିଲେ, ମୁଁ ବିଦାୟ ନେଉଛି! ଗୁଡ ବାଏ ବିଶ୍ବ ଏବଂ ଡିପ୍ରେସନ।’
ଏହି ପୋଷ୍ଟ ଦେଖି ତାଙ୍କ ଶୁଭଚିନ୍ତକ ଓ ପ୍ରଶଂସକ ଚିନ୍ତାରେ ପଡ଼ି ଯାଇଥିଲେ। ଏହାର କିଛିଦିନ ପରେ ସେ ଆଉ ଏକ ପୋଷ୍ଟ କରି ଲେଖିଥିଲେ, ମୁଁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି।
ଏହାପୂର୍ବରୁ ୨୦୨୦ ଜୁଲାଇ ୨୫ ତାରିଖରେ ଜୟଶ୍ରୀ ସୋସିଆଲ ମିଡିଆରେ ଲାଇଭରେ ଆସି କହିଥିଲେ, ମୁଁ ଏସବୁ ପବ୍ଲିସିଟି ପାଇଁ କରୁ ନାହିଁ। ମୁଁ କେବଳ ମୋର ମୃତ୍ୟୁ ଚାହୁଁଛି। କାରଣ ମୁଁ ଆଉ ଡିପ୍ରେସନକୁ ସହ୍ୟ କରି ପାରୁନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Jayashree_Ramaiah_IG-1.jpg)