ନୂଆଦିଲ୍ଲୀ: ଜୀବନ ହାରିଲେ ପୂର୍ବତନ ମିସ୍ ପୁଡୁଚେରୀ ତଥା ଲୋକପ୍ରିୟ ମଡେଲ୍ ସାନ୍ ରେଚଲ୍ । ରବିବାର ନିଜ ବାପାଙ୍କୁ ଭେଟିବା ପରେ ସେ ଜୀବନ ହାରିଥିବା ଜଣାଯାଇଛି। ମୃତଦେହ ପାଖରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରାଯାଇଛି, ଯେଉଁଥିରେ ସେ ଲେଖିଛନ୍ତି ଯେ, ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି।
୨୬ ବର୍ଷୀୟ ମଡେଲ୍ ତଥା ସୋସିଆଲ ମିଡିଆ ଇନ୍ଫ୍ଲୁଏନସର ରେଚଲ୍ ଆବଶ୍ୟକତାଠାରୁ ଅଧିକ ରକ୍ତଚାପ ବଟିକା ଖାଇ ଜୀବନ ହାରିଥିବା କହିଛି ପୁଲିସ। ତାଙ୍କୁ ପ୍ରଥମେ ଏକ ସରକାରୀ ହସ୍ପିଟାଲକୁ ନିଆଯାଇଥିବା ବେଳେ ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହା ପରେ, ତାଙ୍କୁ ଜବାହରଲାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ସେ କିଛି ଦିନ ତଳେ ବିବାହ କରିଥିବା ବେଳେ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ତ୍ବଚାର ରଙ୍ଗ ପାଇଁ ହେଉଥିବା ଭେଦଭାବ କିମ୍ବା ପକ୍ଷପାତିତା ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ । ୨୦୨୨ମସିହାରେ ତାଙ୍କୁ ମିସ୍ ପୁଡୁଚେରୀର ମୁକୁଟ ପିନ୍ଧା ଯାଇଥିଲା।
ପୁଲିସ ସନ୍ଦେହ କରୁଛି ଯେ, ଅତ୍ୟଧିକ ଆର୍ଥିକ ଏବଂ ବ୍ୟକ୍ତିଗତ ଚାପ ଯୋଗୁଁ ସେ ଏହି ପଦକ୍ଷେପ ନେଇଥାଇପାରନ୍ତି। ବୈବାହିକ ଜୀବନରେ କିଛି ସମସ୍ୟା ଥିଲା କି ନାହିଁ ବୋଲି ଜାଣିବାକୁ ତଦନ୍ତ ଆରମ୍ଭ କରାଯାଇଛି। କୁହାଯାଉଛି ଯେ, କିଛି ମାସ ତଳେ ରେଚଲ୍ ତାଙ୍କ କ୍ୟାରିୟର ପାଇଁ ବାପାଙ୍କୁ ଆର୍ଥିକ ସାହାଯ୍ୟ ମାଗିଥିଲେ। କିନ୍ତୁ ପୁଅର ଦାୟିତ୍ବ ଥିବାରୁ ଟଙ୍କା ଦେବାକୁ ମନା କରିଥିଲେ ବାପା। ଏହା ପରେ ଟଙ୍କା ଯୋଗାଡ଼ ନକରିପାରିବାରୁ ନିଜ ଅଳଙ୍କାର ବିକ୍ରି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/07/14/new-project-2-2025-07-14-12-18-39.jpg)