ମୁମ୍ବାଇ: ଭାରତୀୟ ଚଳଚ୍ଚିତ୍ର ଦୁନିଆରେ ପାଦ ରଖିବେ କି ଆଉ ଜଣେ ପର୍ଣ୍ଣ ଷ୍ଟାର୍? ସନ୍ନି ଲିଓନ ବଲିଉଡ୍ରେ ପାଦ ନେଇ ନିଜର ଅଭିନୟ ଦକ୍ଷତାରେ ଦର୍ଶକଙ୍କୁ ମୋହିତ କରିବା ପରେ ଏବେ ଆଉ ଜଣେ ପୂର୍ବତନ ପର୍ଣ୍ଣଷ୍ଟାର ମିଆ ଖଲିଫା ଭାରତୀୟ ସିନେମାକୁ ଆସିବେ ବୋଲି ଶୁଣିବାକୁ ମିଳୁଛି। ଆସନ୍ତୁ ଜାଣିବା ଏହା ସତ କି ମିଛ?
ପ୍ରଚାର ହୋଇଥିଲା କି ମିଆ କୁଆଡେ ମାଲାୟାଲାମ ସେକ୍ସ କମେଡି-ଚୁଙ୍କଜର ଦ୍ୱିତୀୟ ଭାଗରେ ଅଭିନୟ କରିବାକୁ ଯାଉଛନ୍ତି। ତେବେ, ଚୁଙ୍କଜ-୨ରେ ମିଆ ଜଣେ ଆଇଟମ୍ ଗର୍ଲ ଭାବେ ନଜର ଆସିବେ। ଏ ସଂପର୍କରେ ମିଆଙ୍କ ପ୍ରତିନିଧି ଯାହା କହିଛନ୍ତି ତାହା ଏମିତି। ମିଆ କୌଣସି ଭାରତୀୟ ସିନେମାରେ ଅଭିନୟ କରୁନାହାନ୍ତି। ଏ ନେଇ କୌଣସି ଆଲୋଚନା ବି ହୋଇନାହିଁ।
ଉଲ୍ଲେଖଯୋଗ୍ୟ, ଗତ ୨ ବର୍ଷ ତଳେ ମିଆ ବିଗ୍ବସ୍ ସିଜିନ-୯ରେ ସେ ଭାଗ ନେବେ ବୋଲି ଚର୍ଚ୍ଚା ହୋଇଥିଲା। ତେବେ ସେ ଏକ ଟୁଇଟ୍ ଜରିଆରେ ଜଣାଇଥିଲେ ଯେ ସେ ଭାରତ ଆସୁନାହାନ୍ତି। ଏଥିସହ ପୁଣିଥରେ ବିଗ୍ ବସ୍ରେ ଦିଶିବା କଥାକୁ ଅସ୍ୱୀକାର କରିଥିଲେ ମିଆ।
Let's get something clear: I am never stepping foot in India, so whomever said I have "shown interest" in being on Big Boss should be fired
— Mia Khalifa (@miakhalifa) September 15, 2015
ମିଆଙ୍କ ଜନ୍ମ ଲେବନନରେ। ୨୦୦୦ ମସିହାରେ ସେ ତାଙ୍କ ପରିବାର ଲୋକଙ୍କ ସହ ଆମେରିକା ଚାଲି ଯାଇଥିଲେ। ୨୦୧୪ ଡିସେମ୍ବର ୨୮ ତାରିଖରେ ମିଆ ଆଡଲ୍ଟ ଏଣ୍ଟରଟନ୍ମେଣ୍ଟ୍ ସାଇଟ୍ ପର୍ଣ୍ଣହବ୍ରେ ୧ ନମ୍ବର ର୍ୟାଙ୍କ୍ ଅକ୍ତିଆର କରିଥିଲେ। ସଂପ୍ରତି ସେ ଏବେ ଏକ ସ୍ପୋର୍ସ ସୋ’ର ହୋଷ୍ଟିଂ କରୁଛନ୍ତି।