ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ସେମାନଙ୍କ ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ହେଲେ ବେଳେ ବେଳେ ସେମାନେ ଏପରି ବି କିଛି କାମ କରନ୍ତି ତାହା ହୁଏତ ସାଧାରଣ ଲୋକ କରିପାରିବେ ନାହିଁ। ଆମେ ଆଜି ଆପଣଙ୍କୁ ଏପରି କିଛି ବଲିଉଡ୍‌ କଳାକାରମାନଙ୍କ ବିଷୟରେ କହିବୁ ଯେଉଁମାନେ କି ବେଙ୍ଗ, ସାପ, କୁମ୍ଭୀର ଓ ଠେକୁଆ ଆଦି ଜୀବଙ୍କ ମାଂସ ଖାଇଛନ୍ତି।

Advertisment

ଆପଣ ହୁଏତ ଜାଣିନଥିବେ ଯେ ଛୋଟା ନବାବ୍‌ ସୈଫ୍‌ ଅଲ୍ଲୀ ଖାନ୍‌ ବିଷଧର ସାପ ଓ କୁମ୍ଭୀର ମାଂସ ଖାଇ ସାରିଛନ୍ତି। ସେହିପରି ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାୱତ ଏକ ସାକ୍ଷାତ୍‌କାରରେ କହିଛନ୍ତି କି ତାଙ୍କ ପୂର୍ବତନ ପ୍ରେମିକ ଥରେ ରାତ୍ରଭୋଜନରେ ଭଜା ବେଙ୍ଗ ବରାଦ କରିଥିଲେ।

ସେହିପରି ଅଭନେତା ଆୟୁଷ୍ମାନ ଖୁରାନା ଘୋଡ଼‌ା ଓ ଠେକୁଆ ମାଂସର ସ୍ବାଦ ଚାଖି ସାରିଛନ୍ତି। ଆଜ୍ଞା ହଁ, ସେ ନିଜେ ଏହି କଥାର ଖୁଲାସା କରିଛନ୍ତି। ଅଭିନେତ୍ରୀ କାଜଲଙ୍କ କହିବାନୁସାରେ ସେ ଗେଣ୍ଡା ଓ ବେଙ୍ଗ ମାଂସ ଖାଇଛନ୍ତି।

କାଜଲଙ୍କ ସ୍ବାମୀ ତଥା ବଲିଉଡ୍‌ ଅଭିନେତା ଅଜୟ ଦେବଗନ ଘୋଡ଼ା କ୍ଷୀର ପିଇଛନ୍ତି। ୨୦୦୯ ମସିହାରେ ‘ଦେ ଦେ ପ୍ୟାର୍‌ ଦେ’ ସୁଟିଂ ସମୟରେ ଅଜୟ ଏହାକୁ ପିଇଥିବା ସୂଚନା ରହିଛି।

ଜାହ୍ନବୀ କପୁର ବି କାଜଲଙ୍କ ପରି ଗେଣ୍ଡା ମାଂସ ଚାଖିଛନ୍ତି। ତ‌ାଙ୍କୁ ଏହା ଖୁବ୍ ଭଲ ଲାଗିଥିବା ସେ ‘କଫି ଉଇଥ୍‌ କରଣ’ରେ ସେୟାର କରିଥିଲେ। ତାଙ୍କୁ ତାହା ଏତେ ଭଲ ଲାଗିଥିଲା ଯେ ରେଷ୍ଟୁରାଣ୍ଟ୍‌‌ରେ ବରାଦ ନକରିବାରୁ ସେ ତାଙ୍କ ପୂର୍ବ ପ୍ରେମିକଙ୍କ ସହ ସଂପର୍କ ବି ଛିନ୍ନ କରି ଦେଇଥିଲେ।