ମୁମ୍ବାଇ : କିଛି ଦିନ ତଳେ ବହୁ ପ୍ରତୀକ୍ଷିତ ଫିଲ୍ମ ‘କବୀର ସିଂହ’ର ଟ୍ରେଲରକୁ ରିଲିଜ୍ କରାଯାଇଥିଲା । ଏହି ଫିଲ୍ମରେ ଅଭିନେତା ଶାହିଦ୍ କପୁର ଏବଂ ଅଭିନେତ୍ରୀ କିଆରା ଆଡ୍ଭାନୀ ମୁଖ୍ୟ ଭୂମିକାରେ ନଜର ଆସୁଥିବା ବେଳେ ଫିଲ୍ମର ଟ୍ରେଲର ଦେଖି ଏହା ଏକ ବ୍ଲକ୍ବଷ୍ଟର ଫିଲ୍ମ ବୋଲି ଲୋକେ କହିବା ଆରମ୍ଭ କରି ଦେଇଛନ୍ତି । ତେବେ ଟ୍ରେଲର ଲଞ୍ଚ ଇଭେଣ୍ଟରେ କିଆରା ଆଡ୍ଭାନୀଙ୍କ ପାଇଁ ଶାହିଦ୍ ନିଜ ଉପରୁ ନିୟନ୍ତ୍ରଣ ହରାଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
/sambad/media/post_attachments/wp-content/uploads/2019/05/shahid_kiara_kiss-300x169.jpeg)
ସୂଚନା ମୁତାବକ,ଟ୍ରେଲର ଲଞ୍ଚ ଇଭେଣ୍ଟରେ ଜଣେ ସାମ୍ବାଦିକ କିଆରା ଆଡ୍ଭାନୀଙ୍କୁ ଫିଲ୍ମରେ କେତୋଟି ଚୁମ୍ବନ ଦୃଶ୍ୟ ରହିଛି ବୋଲି ପ୍ରଶ୍ନ କରିଥିଲେ । ଏହା ଶୁଣି, ମୁଁ ଗଣି ନାହିଁ, ଆପଣ ଜୁନ୍ ୨୧ରେ ସିନେମାଘରେ ଯାଇ ଦେଖିନେବେ ବୋଲି କହିଥିଲେ କିଆରା । ତେବେ କିଛି ସମୟ ପରେ ସାମ୍ବାଦିକଜଣଙ୍କ ପୁଣି ସେହି ପ୍ରଶ୍ନ କରିଥିଲେ । ଏହାକୁ ଶୁଣି ରାଗି ଯାଇଥିଲେ ଶାହିଦ୍ । ସାମ୍ବାଦିକଙ୍କୁ କହିଥିଲେ, ଲାଗୁଛି କିଛି ସମୟ ଧରି ବୋଧ ହୁଏ ତୁମର କେହି ପ୍ରେମିକା ନାହାନ୍ତି । ଯଦି ତୁମର ଦେଖିବାକୁ ଇଚ୍ଛା ରହିଛି, ତେବେ ପୂରା ଫିଲ୍ମ ପାଇଁ ତୁମକୁ ଟଙ୍କା ଦେବାକୁ ହେବ । ମୁଁ କହିନି କି କେବଳ ଚୁମ୍ବନ ଦୃଶ୍ୟ ପାଇଁ ତୁମକୁ ଟଙ୍କା ଦେବାକୁ ହେବ । ତୁମେ ତ ଏମିତି ପଚାରୁଛ, ଯେମିତି କେତୋଟି ଚୁମ୍ବନ ଦୃଶ୍ୟ ରହିଛି ଜାଣିଗଲେ ତୁମର ଟଙ୍କା ବଞ୍ଚିଯିବ । ତୁମେ କାହିଁକି ସେହି ପ୍ରଶ୍ନ ବାରମ୍ବାର ପଚାରୁଛ?