ମୁମ୍ବାଇ: ‘ଗଦର-୨’ ଯେପରି ଦିନକୁ ଦିନ ରେକର୍ଡ ସୃଷ୍ଟି କରିଚାଲିଛି, ତାହା ସଭିଙ୍କୁ ବେଶ୍‌ ଚକିତ କରିଛି। ପ୍ରତିଦିନ ଫିଲ୍ମଟିର ରୋଜଗାର ବଢ଼ି ବଢ଼ି ଚାଲିଛି। ସନି ଦେଓଲଙ୍କ ଅଭିନୀତ ଏହି ବ୍ଲକ୍‌ବଷ୍ଟର ସିନେମାଟି ରିଲିଜ୍‌ ହେବାର ୧୦ ଦିନ ମଧ୍ୟରେ ଖୁବ୍ ଭଲ ରୋଜଗାର କରିଛି।

Advertisment

ବଲିଉଡ୍‌ ପାଇଁ ୨୦୨୩ ମସିହାରେ ସ୍ମରଣୀୟ ହୋଇ ରହିବ। କାରଣ ଶାହରୁଖ୍‌ ଖାନଙ୍କ ଅଭିନୀତ ‘ପଠାନ୍‌’ ପରି ‘ଗଦର-୨’ ମଧ୍ୟ ୫୦୦ କୋଟିର ବେପାର ଟାର୍ଗେଟ‌ ନେଇ ଚାଲୁଛି। ମତ୍ର ୮ ଦିନ ମଧ୍ୟରେ ଫିଲ୍ମଟି ୩୦୦ କୋଟି ଟଙ୍କାର ବକ୍ସ ଅଫିସ୍‌ କଲେକ୍ସନ କରି ଏ ନୂଆ ରେକର୍ଡ ବନାଇବ‌ାରେ ସମର୍ଥ ହୋଇଛି। ୧୦ ଦିନ ଭିତରେ ସିନେମା‌ଟି ୩୭୫ କୋଟି ଟଙ୍କାର ବେପାର କରି ସାରିଲାଣି।

ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଦର-୨’ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ଅଭିନେତ‌ା ସନ୍ନି ଦେଓଲଙ୍କ କମାଲ ଦେଖିବାକୁ ମିଳିଥିଲା। ରିଲିଜ ପରେ ସୋସିଆଲ ମିଡିଆରେ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିଥିବା ବେଳେ ଫିଲ୍ମଟି ୯ମ ଦିନ ମଧ୍ୟରେ ଅନେକ ବଡ଼ ବଡ଼ ଫିଲ୍ମକୁ ପଛରେ ପକାଇଥିଲା।

ତେବେ ଗଦର-୨ ଅଗଷ୍ଟ ୧୫ରେ ୫୫.୪୦କୋଟି ଟଙ୍କା ରୋଜଗାର କରିଥିଲା। ଜାତୀୟ ଗଣମାଧ୍ୟମ‌ ନିଉଜ୍-୧୮ ଅନୁଯାୟୀ, ଏପର୍ଯ୍ୟନ୍ତ କୌଣସି ଭାରତୀୟ ଚଳଚ୍ଚିତ୍ର ସ୍ୱାଧୀନତା ଦିବସ ଅବସରରେ ଏତେ କୋଟି ଟଙ୍କାର ଆୟ କରିନଥିଲା। ଏଭଳି କରିବାରେ ଗଦର-୨ ପ୍ରଥମ ଫିଲ୍ମ ଥିଲା। ଏପର୍ଯ୍ୟନ୍ତ ଅନେକ ରେକର୍ଡ ଭାଙ୍ଗିଥିବା ଗଦର-୨ ଆଗକୁ ମଧ୍ୟ ଅନେକ ବଡ଼ ବଜେଟ ଫିଲ୍ମକୁ ପଛରେ ପକାଇବ ବୋଲି ଆଶା ରଖିଛନ୍ତି ନିର୍ମାତା।