ହେ ଅଗ୍ରପୂଜ୍ୟ ଗଜାନନ

‘ଧୂଳିରୁ ଯେ ଧରାଯାଏ ଅଛି ତୁମ ସ୍ଥିତି, ଅଣୁରୁ ଆକାଶ ଯାଏ ତୁମେ ସର୍ବବ୍ୟାପୀ, ତୁମେ ସୃଷ୍ଟିର ଆରମ୍ଭେ ସର୍ବନାମ, ତୁମେ ଚିର ବଦାନ୍ୟ ଅବିରାମ, ତୁମେ ବେଦସାର, ତୁମେ ବେଦବ୍ରହ୍ମ, ହେ ଦେବ ପରମ, ଘେନ ଘେନ ପ୍ରଣାମ ହେ ଅଗ୍ରପୂଜ୍ୟ ଗଜାନନ।’ ଏମିତି ଏକ ସଙ୍ଗୀତ ଏବେ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚିତ ହେଇଛି। ଶ୍ରୀଗଣେଶ ପୂଜା ଅବସରରେ ଏଇ ମ୍ୟୁଜିକ୍ ଭିଡିଓଟି ଶ୍ରୋତା-ଦର୍ଶକଙ୍କ ମନକୁ ଛୁଇଁଛି। ଜଣେ ମୂର୍ତ୍ତିକାରର କାହାଣୀ।

ଦୁଇଟି ଛୋଟ ପିଲା ବଡ଼ ଗଣେଶ ମୂର୍ତ୍ତିଙ୍କୁ ଦେଖି ଏକ ଛୋଟ ଗଣେଶ ମୂର୍ତ୍ତି ତିଆରି କରୁଛନ୍ତି। ସେମାନେ ଯେଉଁ ମୂର୍ତ୍ତି ତିଆରି କରୁଛନ୍ତି, ତାହା ଏତେ ସୁନ୍ଦର ଦେଖାଯାଉନି। ମୂର୍ତ୍ତିକାରଙ୍କ ମୂର୍ତ୍ତି ଦେଖି ନିଜ ମୂର୍ତ୍ତିକୁ ତୁଳନା କରୁଛନ୍ତି, ହେଲେ ନିଜ ମନ ବୁଝୁନି। ବଡ଼ ମୂର୍ତ୍ତିକାରଙ୍କଠାରୁ କିଛି ମାଟିଗୋଳା ଆଣି ନିଜ ମୂର୍ତ୍ତିରେ ଲଗାଉଛନ୍ତି, ଏହା ପରେ ମୂର୍ତ୍ତିଟି ଅତି ସୁନ୍ଦର ଦେଖାଯାଉଛି। ଗଣେଶଙ୍କ ମୂର୍ତ୍ତିକୁ ଦେଖି ଏ ଦୁହେଁ ଆନନ୍ଦରେ ନାଚି ଉଠୁଛନ୍ତି। କୁଲଦୀପ, କାଲ୍‌କୀ, ରିଜୁଲ ଏବଂ ଓମ୍ ପ୍ରମୁଖ କଳକାରମାନେ ଏଇ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍‌ ତ୍ରିପାଠୀ। କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ। ଏଥିରେ ରାପର୍ କାଲ୍‌କୀ ମଧ୍ୟ କଣ୍ଠଦାନ କରିଛନ୍ତି। ଜଗା କି-ବୋର୍ଡ ପ୍ଲେ କରିଥିବା ବେଳେ ରିଦମ୍ ସଜେଇଛନ୍ତି ସିତୁ ରଥ। ଗୀତଟି ଲେଖିଛନ୍ତି କାଲ୍‌କୀ ଓ ରଂଜନ ନାୟକ। ଏହାର ପ୍ରଯୋଜନା ଓ ନିର୍ଦ୍ଦେଶନା ଦେଇଛନ୍ତି ନଟରାଜ ଡିଜିଟାଲ।

ସମ୍ବନ୍ଧିତ ଖବର