ମୁମ୍ବାଇ: ଆପଣ ବି.ଆର ଚୋପ୍ରାଙ୍କ ନିର୍ଦ୍ଦେଶିତ ମହାଭାରତ ଧାରାବାହିକ ଟିଭିରେ ଅନେକ ଥର ଦେଖିଥିବେ | ତେବେ ଏହି ଧାରାବାହିକରେ ଯୁଧିଷ୍ଠିର ଭୂମିକାରେ ଅଭିନୟ କରିଥିବା ଗଜେନ୍ଦ୍ର ଚୌହାନଙ୍କ ବାବଦରେ ତ ଆପଣ ଜାଣିଥିବେ | ତେବେ ଆଜି ଆମେ ଆପଣଙ୍କୁ ପାଣ୍ଡବଙ୍କ ବଡ଼ ଭାଇ ଯୁଧିଷ୍ଠିର ଭୂମିକାରେ ଅଭିନୟ କରିଥିବା ଗଜେନ୍ଦ୍ରଙ୍କ ବାବଦରେ ଏକ ରୋଚକ କଥା କହିବୁ | ଯାହାକୁ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ | ବାସ୍ତବରେ ଗଜେନ୍ଦ୍ର ଚୌହାନ ତାଙ୍କ କ୍ୟାରିୟରରେ ବହୁତ ସଂଘର୍ଷ କରିଛନ୍ତି | ଅଭିନୟ କରିବା ପୂର୍ବରୁ ଗଜେନ୍ଦ୍ର ଚୌହାନ ଦିଲ୍ଲୀ ଏମ୍ସରେ କାମ କରୁଥିଲେ | ଦିଲ୍ଲୀର ଖାମପୁରଠାରେ ତାଙ୍କର ଜନ୍ମ ହୋଇଥିବାବେଳେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋଡିମଲ କଲେଜରେ ଅଧ୍ୟୟନ କରୁଥିବାବେଳେ ଦିଲ୍ଲୀ ଏମ୍ସରେ ଚାକିରି ପାଇଁ ଆବେଦନ କରିଥିଲେ |

Advertisment

ଏହାପରେ ସେ କିଛିଦିନ ପାଇଁ ଦିଲ୍ଲୀ ଏମ୍ସରେ ଚାକିରି ମଧ୍ୟ କରିଥିଲେ | ତେବେ ତାଙ୍କ ପାଠପଢା ସାରିବାକୁ ବାପା କହିବା ପରେ ଚାକିରି ଛାଡିଦେଇଥିଲେ | ଯାହା ପରେ ଅଭିନେତା ତାଙ୍କର ଅଧ୍ୟୟନ ସମାପ୍ତ କରିଥିଲେ ଏବଂ ୧୯୭୯ରେ ପୁନର୍ବାର ଏମ୍ସରେ କାମ କରିବା ଆରମ୍ଭ କଲେ | ପିଲାଦିନରୁ ଅଭିନୟକୁ ବହୁତ ଭଲ ପାଉଥିବାରୁ ନିଜର ଆବେଗକୁ ପୂରଣ କରିବା ପାଇଁ ସେ ୧୯୮୨ ମସିହାରେ ଚାକିରି ଛାଡିଦେଇ ମୁମ୍ବାଇ ପଳାଇ ଆସିଥିଲେ | ଏହାପରେ ରାଜଶ୍ରୀ ପ୍ରଡକ୍ସନ୍ସର ଧାରାବାହିକ ପେଇଂ ଗେଷ୍ଟରେ ତାଙ୍କର ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ତାଙ୍କୁ ପ୍ରଥମ ଦରମା ଭାବେ ମାସିକ ୨୦୦ ଟଙ୍କା ମିଳିଥିଲା | ସୂଚନା ଥାଉ କି ଯେ ଗଜେନ୍ଦ୍ର ଚୌହାନ ୨୫ ପଇସା ବଞ୍ଚାଇବା ପାଇଁ ଶୁଟିଂ ସେଟକୁ ଯିବା ପାଇଁ ଦୈନିକ ୮ କିଲୋମିଟର ଚାଲିକି ଯାଉଥିଲେ |