ନୂଆଦିଲ୍ଲୀ: ନେଟ୍ଫ୍ଲିକ୍ସର ଅନ୍ୟତମ ଲୋକପ୍ରିୟ କୋରିଆନ ସୋ 'ସ୍କ୍ୱିଡ୍ ଗେମ୍'ର ସିଜିନ୍-୨ ରିଲିଜ୍ ହୋଇସାରିଛି। ସିଜିନ୍-୧ ପରି ସିଜିନ୍-୨ରେ ମଧ୍ୟ ଅନେକ କିଛି ନୂଆ ଜିନିଷ ଦେଖିବାକୁ ମିଳିଛି। ସୋ’କୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରକାର ଚର୍ଚ୍ଚା ଜାରି ରହିଛି। ଅନେକ ଲୋକ କହୁଛନ୍ତି ଯେ ସିଜନ୍-୨ରେ ଖେଳର ରହସ୍ୟ ସମାଧାନ କରିବା ପରିବର୍ତ୍ତେ ନିର୍ମାତାମାନେ ନୂଆ ଦ୍ଵନ୍ଦ ସୃଷ୍ଟି କରିଛନ୍ତି। ସୋ’ ର ସମାପ୍ତି ବିଷୟରେ ଏବେ ସମସ୍ତେ ଅନେକ କଳ୍ପନାଜଳ୍ପନା କରୁଛନ୍ତି। ତେବେ ଆସନ୍ତୁ ଜାଣିବା ସିଜନ୍-୨ର ଶେଷରେ କ’ଣ ବିଶେଷ ରହିଛି ଏବଂ ନିର୍ମାତାମାନେ କେବେ ଓଟିଟିରେ ଏହାର ନୂତନ ସିଜନ୍ ଲଞ୍ଚ କରିବାକୁ ଯାଉଛନ୍ତି।
ସ୍କ୍ୱିଡ୍ ଗେମ୍-୨ର ୭ଟି ଏପିସୋଡର କାହାଣୀରେ ଅନେକ ଟ୍ୱିଷ୍ଟ୍ ଓ ଟର୍ନ୍ ଅଛି। ପ୍ରଥମ ସିଜନ୍ ପରି ଏହି ସିଜନ୍ରେ ମଧ୍ୟ ଖେଳ ନାଲି ଓ ନୀଳ ଆଲୋକରୁ ଆରମ୍ଭ ହୁଏ। ଏଥର ଖେଳାଳି ନମ୍ବର ୪୫୬ ଯଥା ସେଙ୍ଗ-ଜି-ହନ୍ ଏହି ରକ୍ତମୁଖା ଖେଳରୁ ଲୋକଙ୍କୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତି କିନ୍ତୁ ତାଙ୍କ ଯୋଜନା ବିଫଳ ହେଉଥିବା ଦେଖାଯାଏ କାରଣ ଏଥର ଖେଳରେ ଅନେକ ବଡ଼ ପରିବର୍ତ୍ତନ କରାଯାଇଛି। କାହାଣୀ ବଢ଼ିବା ସହିତ ସେ ନିଜକୁ ଏହି ଖେଳର ଏକ ଅଂଶ ହେବାର ଦେଖାଯାନ୍ତି। ସୋ' ଶେଷ ହେବାକୁ ଆସୁଆସୁ ସେ ନିଜ ଦଳରୁ ଜଣଙ୍କ ପରେ ଜଣଙ୍କୁ ହରାଇ ଚାଲିଛନ୍ତି।
ସୋ’ର ଶେଷ ଏପିସୋଡରେ ୟଙ୍ଗ-ହେ କଣ୍ଢେଇ ବ୍ୟତୀତ ଅନ୍ୟ ଏକ ପୁରୁଷ କଣ୍ଢେଇ ଦେଖାଯାଏ, ଯାହା ସୂଚାଇଥାଏ ଯେ ରକ୍ତାକ୍ତ ଖେଳର ନୂଆ ସିଜନରେ ଆହୁରି ଭୟଙ୍କର ହେବ। ନିର୍ମାତା କାହାଣୀ ଏମିତି ଜାଗାରେ ଛାଡିଛନ୍ତି, ଯାହା ଦର୍ଶକଙ୍କ ମନରେ ଉତ୍ତେଜନା ସ୍ତରକୁ ବଢାଇବାରେ ଲାଗିଛି।
ସ୍କ୍ୱିଡ୍ ଗେମ୍ ସିଜିନ୍-୨ ପରେ ଏବେ ସିଜନ୍-୩ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଶଂସକମାନେ ଜାଣିବାକୁ ଚାହାଁନ୍ତି ଯେ ଏହାର ସିଜନ୍-୩ କେବେ ନେଟଫ୍ଲିକ୍ସରେ ରିଲିଜ୍ ହେବ। ନିକଟରେ ଗଣମାଧ୍ୟମ ସହିତ ଏକ ବାର୍ତ୍ତାଳାପରେ 'ସ୍କ୍ୱିଡ୍ ଗେମ୍'ର ନିର୍ଦ୍ଦେଶକ କହିଛନ୍ତି ଯେ, ମୁଁ ପ୍ରଥମେ ୮ ରୁ ୯ ଏପିସୋଡ୍ ମଧ୍ୟରେ ଦ୍ୱିତୀୟ ସିଜନ୍ ଲେଖିବାକୁ ଚିନ୍ତା କରିଥିଲି, କିନ୍ତୁ ଏହାକୁ ଲେଖିବାବେଳେ ଏହା ୧୦ ଟି ଏପିସୋଡ୍ ପର୍ଯ୍ୟନ୍ତ ଯାଇଥିଲା। ସୋ’ର ତୃତୀୟ ସିଜନରେ ଦର୍ଶକଙ୍କ ଟେନସନ ସ୍ତର ବଢିବାକୁ ଯାଉଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏହାର ତୃତୀୟ ସିଜନ୍ ଆସନ୍ତା ବର୍ଷ ଗ୍ରୀଷ୍ମ ସମୟରେ ମୁକ୍ତିଲାଭ କରାଯାଇପାରେ, ଯଦିଓ ରିଲିଜ୍ ତାରିଖ ଏବେ ଯାଏ ପ୍ରକାଶ କରାଯାଇନାହିଁ।