ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ତଥା ଗ୍ଲୋବାଲ ଷ୍ଟାର ରାମ ଚରଣଙ୍କ ବଡ଼ ବଜେଟ୍ ଫିଲ୍ମ 'ଗେମ୍ ଚେଞ୍ଜର୍' ଜାନୁଆରି ୧୦ ତାରିଖରେ ସାରା ବିଶ୍ୱର ସିନେମା ହଲରେ ମୁକ୍ତିଲାଭ କରିଥିଲା। ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ଭଳି ପର୍ବ ମଧ୍ୟରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ପ୍ରଥମ ଦିନରେ ହିଁ ଦର୍ଶକଙ୍କ ମନ କିଣିଥିବା ଜଣାପଡ଼ିଛି। 'ପୁଷ୍ପା-୨' ପାଇଁ 'ଗେମ୍ ଚେଞ୍ଜର'ର ଆୟ ଉପରେ ପ୍ରଭାବ ପଡ଼ିପାରେ ବୋଲି ସିନେ ସମୀକ୍ଷକ ଆଶା କରୁଥିବା ବେଳେ ପ୍ରଥମ ଦିନର ଆୟ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଛି। ଫିଲ୍ମ ପ୍ରଥମ ଦିନରେ ହିଁ ୫୧କୋଟିରୁ ଅଧିକ ଟଙ୍କା ଆୟ କରିଥିବା ଜଣାଯାଇଛି।
ପ୍ରଥମ ଦିନର ଆୟ ପାଇଁ ଚଳିତ ବର୍ଷ ଏପର୍ଯ୍ୟନ୍ତ ରିଲିଜ୍ ହୋଇଥିବା ଫିଲ୍ମ ମଧ୍ୟରେ ସବୁଠୁ ବଡ଼ ଫିଲ୍ମ ପାଲଟିଛି 'ଗେମ୍ ଚେଞ୍ଜର୍'। ଜାନୁଆରି ୧୦ରେ ଅଭିନେତା ସୋନୁ ସୁଦଙ୍କ ଅଭିନୀତ ଫିଲ୍ମ 'ଫତେହ' ମଧ୍ୟ ରିଲିଜ୍ ହୋଇଥିଲା। ହେଲେ ଏହାର ଆୟ ୨କୋଟି ମଧ୍ୟରେ ରହିଛି। ଗେମ୍ ଚେଞ୍ଜର୍ ଆଗରେ ଫତେହ ହାର୍ ମାନିଯାଇପାରେ ବୋଲି କୁହାଯାଉଛି। ଅନ୍ୟ ପକ୍ଷରେ 'ଗେମ୍ ଚେଞ୍ଜର୍' ପାଇଁ 'ପୁଷ୍ପା-୨'ର ଆୟ ଉପରେ ମଧ୍ୟ ପ୍ରଭାବ ପଡ଼ିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/01/11/qP0wN7E5lIwkxaGggzeU.jpg)
