ଅସଦାଚରଣର ଅଭିଯୋଗ ଆଣିବା ପରେ ମହିଳାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବାର ଧମକ ଦେଲେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ
ମୁମ୍ବାଇ: ଜଣେ ୩୩ବର୍ଷୀୟା ମହିଳା କୋରିଓଗ୍ରାଫର ଲୋକପ୍ରିୟ କୋରିଓଗ୍ରାଫର ଗଣେଷ ଆଚାର୍ଯ୍ୟଙ୍କ ଉପରେ ଅସଦାଚରଣର ଅଭିଯୋଗ ଆଣିଥିଲେ। କାମ କରିବାକୁ ରୋକିବା ସହ ତାଙ୍କ ଆୟରୁ ଭାଗ ନେବାକୁ ଚାହୁଥିବାର ଅଭିଯୋଗ କରିବା ସହ କୋରିଓଗ୍ରାଫର ଗଣେଷ ଆଚାର୍ଯ୍ୟ ତାଙ୍କୁ ପର୍ଣ୍ଣ ଭିଡିଓ ଦେଖିବାକୁ ବାଧ୍ୟ କରୁଥିବାର ଅଭିଯୋଗ ଆଣିଥିଲେ ମହିଳା। ଏବେ ମହିଳାଙ୍କ ଅଭିଯୋଗ ଉପରେ ନିଜର ପ୍ରତିକ୍ରିୟା ରଖି ମାନହାନୀ ମକଦ୍ଦମା କରିବାର ଧମକ ଦେଇଛନ୍ତି କୋରିଓଗ୍ରାଫର ଗଣେଷ ଆଚାର୍ଯ୍ୟ।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ କୋରିଓଗ୍ରାଫର୍ସ ଆସୋସିଏସନର ମହାସଚିବ ଥିବା ଗଣେଷ ଆଚାର୍ଯ୍ୟଙ୍କ କହିବା ମୁତାବକ, ମୁଁ ମହିଳାଙ୍କୁ ବ୍ୟକ୍ତିଗତ ଭାବରେ ଦେଖା ହୋଇନାହିଁ। ଏଭଳି ଅଭିଯୋଗ ମୋତେ ଫସାଇବା ପାଇଁ କରାଯାଉଛି। କାରଣ ମୁଁ ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ କୋରିଓଗ୍ରାଫର୍ସ ଆସୋସିଏସନର ସଂଯୋଜକମାନଙ୍କୁ ବିରୋଧ କରିବା ସହ ବିଭିନ୍ନ ନୃତ୍ୟଶିଳ୍ପୀ ଓ ନୃତ୍ୟଗୁରୁମାନଙ୍କୁ ସମର୍ଥନ କରୁଛି। ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ କୋରିଓଗ୍ରାଫର୍ସ ଆସୋସିଏସନରେ ସଂଯୋଜକମାନଙ୍କ ରହିବାର କୌଣସି ଆବଶ୍ୟକତା ନାହିଁ। ଏମାନଙ୍କ ଶୋଷଣ ଦ୍ବାରା ଆଜି ନୃତ୍ୟଶିଳ୍ପୀମାନଙ୍କ ସ୍ଥିତି ଖରାପ ରହିଛି। ଯେହେତୁ ମୁଁ ନୃତ୍ୟଶିଳ୍ପୀ ଓ ନୃତ୍ୟଗୁରୁମାନଙ୍କୁ ସମର୍ଥନ କରୁଛି ସେଥିପାଇଁ ମୋତେ ଟାର୍ଗେଟ କରାଯାଉଛି। କିନ୍ତୁ ମୁଁ ହାର୍ ନ ମାନି ଲଢ଼ିବି ଏବଂ ନୃତ୍ୟଶିଳ୍ପୀ ଓ ନୃତ୍ୟଗୁରୁମାନଙ୍କୁ ସମର୍ଥନ କରିିବି। ଏବେ ମୁଁ ମୋର ସମ୍ମାନ ପାଇଁ ଏଭଳି ମିଥ୍ୟା ଅଭିଯୋଗ ଆଣିଥିବା ମହିଳାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବି।
ତେବେ ଯେଉଁ ମହିଳାଜଣଙ୍କ ଅସଦାଚରଣର ଅଭିଯୋଗ ଆଣିଛନ୍ତିି ସେ ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ କୋରିଓଗ୍ରାଫର୍ସ ଆସୋସିଏସନର ସଦସ୍ୟ ବୋଲି ସାମ୍ନାକୁ ଆସିଛି।