ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ୱେବ୍ ସିରିଜ୍ ‘ଗ୍ୟାଙ୍ଗ୍ସ ଅଫ୍ ପୁରୀ ୨’ କଞ୍ଚାଲଙ୍କା ପ୍ଲାଟଫର୍ମରେ ପ୍ରସାରିତ ହେବା ପରେ ଭଲ ଦର୍ଶକୀୟ ସମର୍ଥନ ଲାଭ କରୁଥିବା ଜଣାଯାଇଛି। କେ କେ, ଅମନ, ଚୌଧୁରୀ ଜୟ ପ୍ରକାଶ ଦାସ, ହର ରଥ, ରବି ମିଶ୍ର, ଉଦିତ ଗୁରୁ, ଦୀପନ୍ୱିତ ଦାଶ ମହାପାତ୍ର, ମନ୍ମୟ ଓ ନିଶାନ୍ତ ମଜିଠିଆ ପ୍ରମୁଖ ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି।
ଟେକ୍ନୋଆର୍ଟ ପ୍ରଡକ୍ସନ୍ ଦ୍ୱାରା ନିର୍ମିତ ‘ଗ୍ୟାଙ୍ଗ୍ସ ଅଫ୍ ପୁରୀ’ର ଏହି ସିଜିନରେ ପୁରୀ ସହରର କିଛି ଲୋକଙ୍କର କ୍ଷମତା ଲୋଭ, ଅପରାଧ ପ୍ରବଣତା, ରାଜନୀତି ଏବଂ ମହତ୍ତ୍ବାକାଂକ୍ଷାର ରହସ୍ୟମୟ କାହାଣୀ ପ୍ରଦର୍ଶିତ ହୋଇଛି। ଏଥିରେ ପୁଣି ଥରେ ଅମନ୍, କେକେଙ୍କ ଅଭିନୟ ପ୍ରଭାବଶାଳୀ ହୋଇଥିବା ବେଳେ ଦୀପନ୍ୱିତ, ମନ୍ମୟ ଓ ନିଶାନ୍ତ ବି କିଛି କମ୍ କରିସ୍ମା ଦେଖାଇନାହାନ୍ତି।