ୱେବ୍ ସିରିଜ୍ ‘ଗ୍ୟାଙ୍ଗ୍ସ ଅଫ୍ ପୁରୀ’ ଚଳିତ ମାସ ୨୪ ତାରିଖରୁ ବିଶ୍ବର ଅନେକ ଦର୍ଶକ ଦେଖିଲେଣି। ପୁରୀ ଏହାର ଐତିହ୍ୟ ଓ ସୁନ୍ଦର ବେଳାଭୂମି ପାଇଁ ସମଗ୍ର ବିଶ୍ବରେ ବେଶ୍ ପରିଚିତ। କିଛି ଅପରାଧୀ ଗ୍ୟାଙ୍ଗ୍ ପୁରୀକୁ ନିଜ କବ୍ଜାରେ ରଖିବାକୁ ରକ୍ତର ହୋଲି ଖେଳନ୍ତି, ସହରରେ ଗଡ଼ିଚାଲେ ଗୋଟିଏ ପରେ ଗୋଟିଏ ମୁଣ୍ଡ। ପୁରୀର ସାହି ଗଳିରେ ଜନ୍ମ ନେଉଥିବା ଗ୍ୟାଙ୍ଗ୍ଷ୍ଟର୍ଙ୍କ ଜୀବନଯାତ୍ରାକୁ ଦୃଶ୍ୟାୟନ କରାଯାଇଛି। ଜମି ମାଫିଆଙ୍କଠାରୁ ଭ୍ରଷ୍ଟାଚାରୀ ରାଜନେତା, ଅନେକଙ୍କ ଚରିତ୍ର ଚିତ୍ରଣ କରାଯାଇଛି। କେବଳ ରକ୍ତପାତ ନୁହେଁ, ପୁରୀ ସହରର ସଂସ୍କୃତି, ପରମ୍ପରା ଓ ବେଳାଭୂମିର ସୌନ୍ଦର୍ଯ୍ୟ ‘ଗ୍ୟାଙ୍ଗ୍ସ ଅଫ୍ ପୁରୀ’ ସିରିଜ୍କୁ ଅଧିକ ଜୀବନ୍ତ କରିଛି। ଜନୈକ ବଙ୍ଗୀୟ ହୋଟେଲ୍ ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡ଼େ ପୁରୀ ବେଳାଭୂମିରେ ଥିବା ମତ୍ସ୍ୟଜୀବୀମାନଙ୍କ ବସ୍ତି ଉପରେ। ମତ୍ସ୍ୟଜୀବୀମାନଙ୍କୁ ବିସ୍ଥାପିତ କରି ସେଠାରେ ଏକ ହୋଟେଲ୍ ନିର୍ମାଣ କରିବା ପାଇଁ ସେ ସ୍ଥାନୀୟ ବିଧାୟକ ରାଜା ବାହିନୀପତିଙ୍କ ସହଯୋଗ ଲୋଡ଼ନ୍ତି। ହେଲେ ଏହି ଯୋଜନା କାର୍ଯ୍ୟକାରୀ ହେବାରେ ବାଧକ ହୁଏ ପୁରୀ ସହରର ଭଗବାନ ଭାବେ ପରିଚିତ ଗ୍ୟାଙ୍ଗ୍ଷ୍ଟର୍ ବାବୁ ଜେନା। ବସ୍ତିବାସିନ୍ଦାଙ୍କ ସୁରକ୍ଷା ପାଇଁ ଛିଡ଼ା ହେଇଥିବା ବାବୁ ଜେନାଙ୍କ ବିରୋଧରେ ଏକତ୍ର ହୁଅନ୍ତି ଅନ୍ୟ ଗ୍ୟାଙ୍ଗ୍ଷ୍ଟରମାନେ। ତାଙ୍କ ସହ ଆରମ୍ଭ ହୁଏ ଲୋକା ନନା ଆଉ ନିଲୁର ଗ୍ୟାଙ୍ଗ୍ୱାର। ଓଡ଼ିଶାର ପ୍ରିମିୟମ୍ ଓଟିଟି ପ୍ଲାଟ୍ଫର୍ମ ‘କଞ୍ଚାଲଙ୍କା’ରେ ଷ୍ଟ୍ରିମିଂ ହେଉଥିବା ‘ଗ୍ୟାଙ୍ଗ୍ସ ଅଫ୍ ପୁରୀ’ର ସବୁତକ ଅଧ୍ୟାୟ ଦେଖିଲେ କାହାଣୀର ଗତି ଜଣାପଡ଼ିବ। ଏଥିରେ ପ୍ରମୁଖ ଭୂମିକାରେ ଅଛନ୍ତି କ୍ରିଷ୍ଣା କର, ଅମନ୍, ଚୌଧୁରୀ ଜୟ ପ୍ରକାଶ ଦାସ, ହର ରଥ, ରବି ମିଶ୍ର, ଅଙ୍କିତା ମହାନ୍ତି, ଭକ୍ତି ପ୍ରଣବ ରଥ, ଉଦିତ୍ ଗୁରୁ। ଟେକ୍ନୋଆର୍ଟ ପ୍ରଯୋଜିତ ଏହି ୱେବ୍ ସିରିଜ୍ର ପ୍ରଯୋଜନା କରିଛନ୍ତି ବର୍ଷା ପଟ୍ଟନାୟକ। କାହାଣୀ ପ୍ରଣବ ରଥ, ନିର୍ଦ୍ଦେଶନା ଅନୁପମ ପଟ୍ଟନାୟକ ଓ ଜଗଦୀଶ ମିଶ୍ର ଏବଂ କ୍ରିଏଟିଭ୍ ହେଡ୍ ଅଛନ୍ତି ଭାଗ୍ୟଧର ପାଣି। ପ୍ରତିଷ୍ଠାତା ଅକ୍ଷୟ ପରିଜା କୁହନ୍ତି ‘କଞ୍ଚାଲଙ୍କା’ର ଦର୍ଶକଙ୍କୁ ଆମେ ଓଡ଼ିଶାର ମୂଳ କାହାଣୀକୁ ନେଇ ଭେଟିଦେବୁ।
ଗ୍ୟାଙ୍ଗ୍ସ ଅଫ୍ ପୁରୀ: ଗ୍ୟାଙ୍ଗ୍ୱାରର କାହାଣୀ
/sambad/media/post_attachments/wp-content/uploads/2022/06/65d4g654gda65gdgdgd.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)