ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଲା ଗୌହ୍ବର ଖାନଙ୍କ ପ୍ରି‌-ୱେଡିଂ ସେରିମନିର ଫଟୋ, ଭିଡିଓ

ମୁମ୍ବାଇ: ସୁପର ମଡେଲ୍‌ ତଥା ଅଭିନେତ୍ରୀ ଗୌହ୍ବର ଖାନଙ୍କ ପ୍ରି‌-ୱେଡିଂ ସେରିମନି(ପ୍ରାକ୍‌ ବିବାହ ଉତ୍ସବ) ଆରମ୍ଭ ହୋଇ ଯାଇଛି। ‌ସେ ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଇସମାଇଲ ଦରବାରଙ୍କ ପୁଅ ଜୈଦ୍‌ ଦରବାରଙ୍କୁ ବିବାହ କରିବାକୁ ଯାଉଛନ୍ତି, ଯିଏକି ବୃତ୍ତିରେ ଜଣେ ନୃତ୍ୟଶିଳ୍ପୀ ଏବଂ କଣ୍ଟେଣ୍ଟ୍‌ କ୍ରିଏଟର୍‌।

 

 

View this post on Instagram

 

A post shared by GAUAHAR KHAN (@gauaharkhan)

ବିବାହ କରିବାକୁ ଯାଉଥିବା ଏହି ‌ଯୋଡ଼ି ଇନ୍‌ଷ୍ଟାଗ୍ରାମ୍‌ରେ ସମାନ ପୋଷ୍ଟ୍‌ କରିଥିବାର ଦେଖିବାକୁ ମିଳିଛି। ଏହା ସହ ଗୌହ୍ବର ଏକ ଭିଡିଓ ମଧ୍ୟ ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି। ଭିଡିଓରେ ସେ ନିଜେ, ଭାବି ପତି ‌ଜୈଦ୍‌, ଜୈଦ୍‌ଙ୍କ ବାପା  ଇସମାଇଲ ଦରବାର ମିଶି  ଅତିଥିମାନଙ୍କ ସହ ନୃତ୍ୟ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି।

 

 

View this post on Instagram

 

A post shared by Bollywood Lover (@filmoholic_page)

ଆସନ୍ତା ୨୫ ତାରିଖରେ ଗୌହ୍ବର ଓ ଜୈଦ୍‌ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ‌ହେବେ। ନିକଟରେ ଗୌହ୍ବର ବିଗ୍‌ବସ୍‌-୧୪ରେ ଦେଖିବାକୁ ମିଳିଥିଲେ। ଆପଣ ଜାଣିଥିବେ ନିଶ୍ଚୟ ଯେ ସେ ବିଗ୍‌ବସ୍‌-୭ର ବିଜୟିନୀ ହୋଇଥିଲେ।

 

 

View this post on Instagram

 

A post shared by Shweta N Manju (@gauaharwali)

 

ସମ୍ବନ୍ଧିତ ଖବର