ମାଆ ବନିବା ପରେ ଏହି କାରଣରୁ ନିଜ ଘରେ ଠିକ୍‌ରେ ଚାଲି ପାରୁନାହାନ୍ତି ଗୌହର୍‌ ଖାନ୍‌

ମୁମ୍ବାଇ: ଆପଣ ଜାଣନ୍ତି ଯେ ଅଭିନେତ୍ରୀ ଗୌହର ଖାନ୍‌ ମାଆ ବନିଛନ୍ତି। ବିବାହର ୨ ବର୍ଷ ପରେ ମାଆ ବନିଛନ୍ତି ଗୌହର୍‌। ତେବେ ଏବେ କିଛି ଦିନ ହେବ ସେ ତାଙ୍କ କାର୍ଯ୍ୟରୁ ବିରତି ନେଇ ଏବେ ପୂରା ଧ୍ୟାନ ନିଜ ଛୁଆ ଉପରେ ଦେଉଛନ୍ତି।

ପ୍ରତ୍ୟେକ ମହିଳାଙ୍କ ପରି ମାଆ ବନିବା ପରେ ଗୌରହଙ୍କ ଜୀବନ ବି ବଦଳିଯାଇଛି। ନିଜକୁ ଭୁଲି କରି ଏବେ ଗୌହର ତାଙ୍କର ପୂରା ଧ୍ୟାନ ତାଙ୍କ ଛୁଆ ଉପରେ ଦେଇଛନ୍ତି। ତାଙ୍କ କହିବା କଥା ହେଉଛି ପିଲା ଜନ୍ମ କରିବା ପରେ ନା ସେ ଭଲ କରି ଶୋଇ ପାରୁଛନ୍ତିି ନା ସେ ଭଲକରି ଚଲାବୁଲା କରି ପାରୁଛନ୍ତି।

ନିକଟରେ ଅଭିନେତ୍ରୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏକ ଭିଡିଓ ସେୟାର୍‌ କରିଛନ୍ତି। ସେ ଏହି ଭିଡିଓ ଜରିଆରେ ମାଆ ବନିବା ପରେ ତାଙ୍କ ଜୀବନ କିପରି ବଦଳି ଯାଇଛି ସେ ସଂପର୍କରେ କହିଛନ୍ତି। ଭିଡିଓରେ ଗହୌର ଖୁବ୍ ଧୀରେ ଧୀରେ ଚାଲୁଥିବାର ଦେଖିବାକୁ ମିଳୁଛି। କାଳେ ତାଙ୍କ ପିଲାର ନିଦ ଭାଙ୍ଗିଯିବ ସେଥିପାଇଁ ପାଦ ଚାପି ଚାପି ଚାଲୁଥିବାର ଦେଖିବାକୁ ମିଳିଛି।

ସେ ଭିଡିଓଟିକୁ ସେୟାର୍‌ କରି ଏକଥା ବି ଲେଖିଛନ୍ତି ଯେ ନୂଆ କରି ମାଆ ବନିଥିବା ସମସ୍ତ ମହିଳା ଏହି କଥାରେ ଏକମତ ହେବେ। ସେ ନିକଟରେ ତାଙ୍କର ଏକ ଫଟୋ ପୋଷ୍ଟ୍‌ କରିଛନ୍ତି। ଯେଉଁ ଫଟୋ ପୋଷ୍ଟ୍‌ କରି ଲେଖିଛନ୍ତି କି ପିଲା ଜନ୍ମ ହେବାର ୧୦ ଦିନ ମଧ୍ୟରେ ସେ ୧୦ କିଲୋ ଓଜନ ହ୍ରାସ କରିଛନ୍ତି।

ସମ୍ବନ୍ଧିତ ଖବର