ନୂଆଦିଲ୍ଲୀ: ଅଭିନେତ୍ରୀ ଗୌହ୍ବର ଖାନ ଫଟୋଗ୍ରାଫର ଓ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଉପରେ ରାଗି ଯାଇଛନ୍ତି।
ନିକଟରେ ଗୌହ୍ବର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପହଞ୍ଚିଥିଲେ। ଯେଉଁଠାରେ ତାଙ୍କୁ ଏକ ଅସ୍ବାଭାବିକ ମୁହୂର୍ତ୍ତର ସାମ୍ନା କରିବାକୁ ପଡ଼ିଥିଲା। ଭିଡିଓରେ ଦେଖିବାକୁ ମିଳୁଛି ଗୌହ୍ବର ରେଡ କାର୍ପେଟରେ ଚାଲିଚାଲି ଆସୁଥିବା ସମୟରେ ଏକ ରଡରେ ଝୁଣ୍ଟି ପଡ଼ୁଛନ୍ତି। ଝୁଣ୍ଟି ପଡ଼ିବା ପରେ ସେ ନିଜକୁ ସମ୍ଭାଳି ହସି ଦେଇ ପୁଣି ଆଗକୁ ବଢ଼ିଥିଲେ।
ଗୌହ୍ବରଙ୍କ ଏହି ସମୟର ଭିଡିଓକୁ ଫଟୋଗ୍ରାଫରମାନେ କୈଦ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ଯାହାକି ଭାଇରାଲ ହୋଇଯାଇଥିଲା। ଏହି ଭାଇରାଲ ଭିଡିଓକୁ ଦେଖି ଗୌହ୍ବର ରାଗି ଯାଇଛନ୍ତି।
ଏହି ଭିଡିଓ ଦେଖିବା ପରେ ପ୍ରତିକ୍ରିୟା ଦେଇ ଗୌହ୍ବର କହିଛନ୍ତି, ‘ଆପଣମାନେ ମଣିଷର ଅସୁବିଧା ସମୟକୁ କୈଦ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଟ୍ରୋଲ କରୁଛନ୍ତି। ଏହା ଆଦୌ ଉଚିତ ନୁହେଁ। ଲୋକଙ୍କୁ ଆକର୍ଷଣ କରିବା ପାଇଁ ଆପଣ ଜଣକ ଅସୁବିଧାର ମଜାକ ଉଡ଼ାଉଛନ୍ତି । ଏଭଳି ରିପୋର୍ଟିଂକୁ ନେଇ ମୋତେ ଖରାପ ଲାଗୁଛି। ଆପଣମାନଙ୍କ ସହ ଆମେ ଭଲଭାବେ ମିଶିଥାଉ କିନ୍ତୁ ସମୟସମୟରେ ଯଦି ଆମେ ଅସୁବିଧାର ପଡ଼ିଯାଉ ଆପଣମାନେ ତାହାକୁ ମଜାକ ବନାଇ ରଖି ଦେଇଥାଆନ୍ତି। ମୋର ଅନୁରୋଧ ଏପରି କରନ୍ତୁ ନାହିଁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/87b3355a-4821-4bc0-9ad7-aadddf92dc6b.jpg)