‘ପ୍ରସବର ୧୦ଦିନ ପରେ ମୋର ୧୦ କିଲୋ ଓଜନ ହ୍ରାସ ‌ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ ସ୍ବାସ୍ଥ୍ୟ ବି‌ଶେଷଜ୍ଞ‘: ଗୌହର ଖାନ୍

ନୂଆଦିଲ୍ଲୀ: ଶରୀରର ଓଜନ ବୃଦ୍ଧି ପାଇବା ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଲାଣି। ଲୋକେ ନିଜର ଓଜନ ହ୍ରାସ କରିବାକୁ ବହୁତ ପରିଶ୍ରମ ବି କରୁଛନ୍ତି। ଏହି କ୍ରମରେ ଗୌହର ଖାନ କରିଥିବା ଓଜନ ହ୍ରାସ ଚର୍ଚ୍ଚାରେ ରହିଛି। ତେବେ ଆପଣ ଭାବି ପାରନ୍ତି ଓଜନ ହ୍ରାସ କରି ପୁଣି ଜଣେ କାହିଁକି ଚର୍ଚ୍ଚାରେ ରହିବ। ତେବେ ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ ଗୌହରଙ୍କ ନିକଟରେ ପ୍ରସବ ହୋଇଥିଲା। ପ୍ରସବର ୧୦ଦିନ ପରେ ସେ ୧୦କିଲୋ ଓଜନ ହ୍ରାସ କରିଛନ୍ତି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଗୌହରଙ୍କ ଏହି ଓଜନ ହ୍ରାସ ପରର ଫଟୋକୁ ଦେଖି କେହିକେହି ବିଶ୍ବାସ କରି ପାରୁ ନାହାନ୍ତି। ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ଏହା ଆଦୌ ସମ୍ଭବ ନୁହେଁ।’

 

 

View this post on Instagram

 

A post shared by Gauahar Khan (@gauaharkhan)

ଗୌହର ଏହି ଘଟଣାକୁ ‌ନେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି କି,‘ନିକଟରେ ମୁଁ ପୁତ୍ର ସନ୍ତାନକୁ ଜନ୍ମ ଦେଇଛି। ପୁଅକୁ ଜନ୍ମ ଦେବାର ୧୦ଦିନ ପରେ ମୁଁ ୧୦କିଲୋ ଓଜନ ହ୍ରାସ କରିଛି। ଆହୁରି ୬କିଲୋ ଓଜନ ହ୍ରାସ କରିବା ବାକି ରହିଛି।’

ତେବେ ପ୍ରସବ ପରେ ଓଜନ ହ୍ରାସ କରିବା ସହଜ ହୋଇ ନଥାଏ। ତେ‌ବେ ଗୌହର ପ୍ରସବର ମାତ୍ର ୧୦ଦିନ ପରେ କିପରି ଏତେ କିଲୋ ଓଜନ ହ୍ରାସ କଲେ ସେନେଇ ସେ କିଛି ସୂଚନା ଦେଇ ନାହାନ୍ତି।

ତେବେ ଗୌହରଙ୍କ ଏହି ଓଜନ ହ୍ରାସକୁ ଦେଖି ସ୍ବାସ୍ଥ୍ୟ ବି‌ଶେଷଜ୍ଞ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ପ୍ରସବର ୧୦ଦିନ ପରେ ଓଜନ ହ୍ରାସ କରିବା ମା’ ଓ ଶିଶୁଙ୍କ ପାଇଁ ଠିକ ହୋଇ ନଥାଏ। କାରଣ ଏହି ସମୟରେ ଶିଶୁ ସ୍ତନପାନ କରୁଥିବା ବେଳେ ମା’କୁ ବି ଉପଯୁକ୍ତ ଆହର ଆବଶ୍ୟକ ହୋଇଥାଏ।

ସମ୍ବନ୍ଧିତ ଖବର