ମୁମ୍ବାଇ: ଖୁସି ଖବର ଦେଲେ ଅଭିନେତ୍ରୀ ଗୌହର ଖାନ ଏବଂ ଇନ୍‌ଫ୍ଲୁଏନସର ଜୈଦ ଦରବାର। ପୁଣି ଥରେ ମାତାପିତା ହେଲେ ଗୌହର-ଜୈଦ। ଏହି ଦମ୍ପତି ପୂର୍ବରୁ ଏକ ପୁଅର ପିତାମାତା ଥିଲେ ଏବଂ ଏବେ ସେମାନେ ଦ୍ୱିତୀୟ ଥର ପାଇଁ ଶିଶୁପୁତ୍ରର ପିତାମାତା ହୋଇଛନ୍ତି। ଇନଷ୍ଟାଗ୍ରାମରେ ଦୁହେଁ ମିଳିତ ପୋଷ୍ଟ କରି ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଦେଇଛନ୍ତି।

Advertisment

ଗୌହର ଏବଂ ଜୈଦ ସେପ୍ଟେମ୍ବର ୧ ତାରିଖରେ ସେମାନଙ୍କର ଦ୍ୱିତୀୟ ପୁତ୍ରକୁ ସ୍ୱାଗତ କରିଥିଲେ। ଆଜି ଦୁହେଁ ଏହା ବିଷୟରେ ଇନଷ୍ଟା ପୋଷ୍ଟରେ ଜଣାଇଛନ୍ତି। ଖୁସି ଖବର ସେୟାର କରି ଦୁହେଁ ଲେଖିଛନ୍ତି, "ବିସମିଲ୍ଲାହ ହିର ରହମାନ ନୀର ରହିମ ଜେହାନ। ୧ ସେପ୍ଟେମ୍ବର ୨୦୨୫ ରେ ଜନ୍ମ ହୋଇଥିବା ଛୋଟ ଭାଇ ସହିତ ତାଙ୍କ ରାଜ୍ୟ ବାଣ୍ଟିବାକୁ ନେଇ ଜେହାନ ବହୁତ ଖୁସି। ଆମ ପରିବାର ପାଇଁ ସମସ୍ତଙ୍କ ନିରନ୍ତର ଭଲପାଇବା ଏବଂ ଆଶୀର୍ବାଦ କାମନା କରୁଛନ୍ତି।"

ଦମ୍ପତିଙ୍କ ଏହି ପୋଷ୍ଟ ପରେ, ପ୍ରଶଂସକ ଓ ଇଣ୍ଡଷ୍ଟ୍ରିରେ ଥିବା ତାଙ୍କ ବନ୍ଧୁମାନେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏପ୍ରିଲ ୧୦, ୨୦୨୫ରେ ଗୌହର ଏବଂ ଜୈଦ୍ ଏକ ଭିଡିଓ ସେୟାର କରି ପୁଣି ଥରେ ମାତାପିତା ହେବାକୁ ଯାଉଥିବା ବିଷୟରେ ଘୋଷଣା କରିଥିଲେ।  ପୂର୍ବରୁ ମେ’ ୨୦୨୩ରେ ପ୍ରଥମ ଥର ପାଇଁ ମା’ ବନିଥିଲେ ଗୌହର।

ଉଲ୍ଲେଖଯୋଗ୍ୟ, ଗୌହର ଏବଂ ଜୈଦ ଦରବାର ୨୦୨୦ ମସିହାରେ ବିବାହ କରିଥିଲେ। ବିବାହର ତିନି ବର୍ଷ ପରେ, ୨୦୨୩ ମସିହାରେ, ଏହି ଦମ୍ପତି ସେମାନଙ୍କର ବଡ଼ ପୁଅ ଜେହାନଙ୍କୁ ସ୍ୱାଗତ କରିଥିଲେ। ଏବେ ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ପୁଅର ପିତାମାତା ହୋଇଛନ୍ତି।