ଅଭିନେତ୍ରୀ ଗୌହର ଖାନଙ୍କ ସହାନୁଭୂତି

ଯେଉଁ କେତେଜଣ ବଲିଉଡ୍ ଅଭିନେତ୍ରୀ ସାମାଜିକ ଗଣମାଧ୍ୟମରେ ମୁଖର ରହିଥାନ୍ତି ସେମାନଙ୍କ ମଧ୍ୟରୁ ଗୌହର ଖାନ ଅନ୍ୟତମ। ସେ ଏବେ ଜଣେ ଅସହାୟ ଫଳ ଦୋକାନୀକୁ ସହାୟତାର ହାତ ବଢ଼ାଇ ପ୍ରଶଂସା ସାଉଁଟୁଛନ୍ତି।

ନିକଟରେ ଭୋପାଳର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା ଯେଉଁଥିରେ ଜଣେ ମହିଳା ଏକ ଫଳ ଦୋକାନୀର ଫଳଗୁଡ଼ିକୁ ରାସ୍ତା ଉପରକୁ ଫୋପାଡୁଥିବାର ଦେଖିବାକୁ ମିଳିଥିଲା। ଅସଲରେ ଫଳ ଦୋକାନୀ ନିଜ ଠେଲାଗାଡ଼ିଟିକୁ ରାସ୍ତାରେ ନେଇ ଯାଉଥିବା ବେଳେ ମହିଳାଜଣଙ୍କର କାର୍‌ରେ ତାହା ଭୁଲ୍‌ବଶତଃ ଘଷି ହୋଇଯାଇଥିଲା। ଏତିକିରେ ଉତ୍ତ୍ୟକ୍ତ ହୋଇ ସେ କାର୍‌ରୁ ବାହାରି ଠେଲାରେ ଥିବା ଫଳଗୁଡ଼ିକୁ ରାସ୍ତାକୁ ଫୋପାଡ଼ିବା ଆରମ୍ଭ କରିଥିଲେ। ଏହି ଭିଡିଓ ଦେଖି ଗୌହରଙ୍କ ହୃଦୟ ତରଳି ଯାଇଛି।

ଗୌହର ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ବିଚରା ଫଳ ଦୋକାନୀର ପକ୍ଷ ନେଇ ଉକ୍ତ ମହିଳାଙ୍କ ନିଷ୍ଠୁର ବ୍ୟବହାରକୁ ନିନ୍ଦା କରିଛନ୍ତି। କେବଳ ଏତିକି ନୁହେଁ, ସେ ସେହି ଫଳ ଦୋକାନୀଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ଲୋକଙ୍କୁ ଆହ୍ବାନ କରିଛନ୍ତି। ଗୌହର ଫଳ ଦୋକାନୀଙ୍କ କ୍ଷତିପୂରଣ ସ୍ବରୂପ ତାଙ୍କ ଠାରୁ ସବୁତକ ଫଳ କିଣିବାକୁ ଚାହାନ୍ତି ବୋଲି ପ୍ରକାଶ କରିଛନ୍ତି। ଜଣେ ଗରିବ ଫଳ ଦୋକାନୀ ପ୍ରତି ସେ ସହାନୁଭୂତି ପ୍ରଦର୍ଶନ କରୁଥିବା ଦେଖି ପ୍ରଶଂସକମାନେ ଗୌହରଙ୍କ ସହୃଦୟତାର ଉଚ୍ଚ ପ୍ରଶଂସା କରୁଛନ୍ତି।

ସମ୍ବନ୍ଧିତ ଖବର