ମୁମ୍ବାଇ: ‘କଫି ଉଇଥ୍ କରଣ’ର ଅଗାମୀ ଏପିସୋଡ୍ ଖୁବ୍ ମଜାଦାର ହେବାକୁ ଯାଉଛି। କାରଣ କରଣଙ୍କ ଏହି ସୋ’ର ସପ୍ତମ ସିଜିନ୍ରେ ନଜର ଆସିବେ ସୁପର୍ଷ୍ଟାର୍ ଶାହାରୁଖ୍ ଖାନ୍ଙ୍କ ପତ୍ନୀ ଗୌରୀ ଖାନ୍।
ଆଗାମୀ ଏପିସୋଡ୍ର ପ୍ରମୋ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ କରଣଙ୍କ ସହ ମଞ୍ଚରେ ଏକା ସାଥୀରେ ନଜର ଆସିବେ ଗୌରୀ ଖାନ୍, ମହିପ କପୁର୍ ଏବଂ ଭାବନା ପାଣ୍ଡେ।
View this post on Instagram
ପ୍ରମୋ ଆରମ୍ଭରୁ ଦେଖିବାକୁ ମିଳୁଛି ଯେ କରଣ ପଚାରୁଛନ୍ତି, ‘ଡେଟିଂକୁ ନେଇ ଆପଣ ନିଜ ଝିଅ ସୁହାନାଙ୍କୁ କ’ଣ ଉପଦେଶ ଦେବାକୁ ଚାହିଁବେ?’ ତାହାର ଉତ୍ତରରେ ଗୌରୀ କହୁଛନ୍ତି, ‘୨ ଜଣ ପୁଅଙ୍କୁ ସମାନ ସମୟରେ ଡେଟ୍ ନକରିବା ପାଇଁ ପରାମର୍ଶ ଦେବି।’
କରଣ ଗୌରୀଙ୍କୁ ଆଉ ଏକ ପ୍ରଶ୍ନ ବି ପଚାରୁଛନ୍ତି। ସେ ପଚାରୁଛନ୍ତି ଯେ ‘ନିଜ ପ୍ରେମ କାହାଣୀକୁ ବଲିଉଡ୍ର କେଉଁ ଫିଲ୍ମର ନାଁ ଦେବାକୁ ଚାହିଁବେ?’ ତାହାର ଉତ୍ତରରେ ଗୌରୀ ‘ଦିଲ୍ୱାଲି ଦୁଲ୍ହନିଆଁ ଲେ ଯାଏଗେଁ’ ଫିଲ୍ମର ନାଁ କହୁଛନ୍ତି। ତାପରେ କରଣ କହୁଛନ୍ତି ହଁ, ଆପଣଙ୍କ ପ୍ରେମ କାହାଣୀରେ ବି ଅନେକ ଅସୁବିଧା ଥିଲା।
ତାପରେ କରଣ ତାଙ୍କ ମଞ୍ଚ ଉପରୁ ହିଁ ୩ ଜଣ ମହିଳା କେହି ବଲିଉଡ୍ ସେଲିବ୍ରେଟିଙ୍କୁ କଲ୍ କରିବାକୁ କହୁଛନ୍ତି। ତାପରେ ଗୌରୀ ସଙ୍ଗେ ସଙ୍ଗେ ଶାହାରୁଖଙ୍କୁ କଲ୍ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/gauri-and-suhana-1280x720-1.jpeg)