ମନ୍ନତର ନେମପ୍ଲେଟରେ ଲାଗିଛି କି ହୀରା? ଇନଷ୍ଟା ପୋଷ୍ଟରେ ଜବାବ ରଖି‌ଲେ ଗୌରୀ ଖାନ୍

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ବଙ୍ଗଳା ମନ୍ନତର ନୂତନ ନେମପ୍ଲେଟକୁ ନେଇ ଚର୍ଚ୍ଚା। ଶାହରୁଖ କିଛି ଦିନ ତଳେ ନିଜ ଘରର ନେମପ୍ଲେଟର ଡିଜାଇନ ବଦଳାଇଥିଲେ। ସେବେଠାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ‌ଶାହାରୁଖ ଲଗାଇଥିବା ନେମପ୍ଲେଟରେ ହୀରା ଲାଗିଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ତେବେ ବର୍ତ୍ତମାନ ଏହି ଗୁଜବକୁ ନେଇ ଗୌରୀ ଖାନ ଇନଷ୍ଟା ପୋଷ୍ଟ ଜରିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଗୌରୀ ଖାନ ମନ୍ନତର ଏହି ନାମପ୍ଲେଟ୍ ଡିଜାଇନ୍ କରିଥିବା ବିଷୟରେ କହିବା ସହ ଏଥିରେ ହୀରା ଲାଗିନଥିବା ସ୍ପଷ୍ଟ କରିଛନ୍ତି।

 

View this post on Instagram

 

A post shared by Gauri Khan (@gaurikhan)

ନାମପ୍ଲେଟକୁ ନେଇ ଗୌରୀ ଖାନ୍ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ‘ଘରର ମୁଖ୍ୟ ଦ୍ୱାର ହେଉଛି ଆପଣଙ୍କ ପରିବାର ଏବଂ ସାଙ୍ଗମାନଙ୍କ ପାଇଁ ପ୍ରବେଶ ପଥ। ତେଣୁ ନେମପ୍ଲେଟ୍ ସକରାତ୍ମକ ଶକ୍ତି ଆଣିବା ଭଳି ହେବା ଜରୁରୀ। ଆମେ ସ୍ୱଚ୍ଛ ପଦାର୍ଥ ସହିତ ଏକ ଗ୍ଲାସ୍ କ୍ରିଷ୍ଟାଲ ନେମପ୍ଲେଟ୍ ବାଛିଛୁ, ଯାହା ଆମକୁ ସକରାତ୍ମକ ଶକ୍ତି ଦେବ। ଏହି ପ‌ୋଷ୍ଟରେ ଗୌରୀଙ୍କ ନେମପ୍ଲେଟ ସହ ଫଟୋ ଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର