ନୂଆଦିଲ୍ଲୀ: ବଲିଉଡର 'ମିଷ୍ଟର ପରଫେକ୍ସନିଷ୍ଟ' ଆମିର ଖାନ କିଛିଦିନ ହେବ ତାଙ୍କ ଲଭଲାଇଫକୁ ନେଇ ଚର୍ଚ୍ଚାର ପରିସରରେ ଅଛନ୍ତି। ମାର୍ଚ୍ଚ ୧୩ ତାରିଖରେ ମିଡିଆ ସହିତ ଅମିର ପ୍ରି- ବାର୍ଥଡେ ପାଳନ କରିଥିଲେ। ଏହି ପ୍ରି-ବାର୍ଥଡେ କାର୍ଯ୍ୟକ୍ରମରେ ଅଭିନେତା ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କ ସହ ସମସ୍ତଙ୍କୁ ପରିଚିତ କରାଇଥିଲେ।
ଅମିର ଖାନ ଏବଂ ଗୌରୀ ସ୍ପ୍ରେଟ ପରସ୍ପରକୁ ଦୀର୍ଘ ୨୫ ବର୍ଷ ଧରି ଜାଣନ୍ତି ବୋଲି ଜଣାପଡ଼ିଛି। ବେଙ୍ଗାଲୁରୁରେ ରହୁଥିବା ଗୌରୀ ଅଭିନେତାଙ୍କ ପ୍ରଯୋଜନା ଗୃହରେ କାମ କରନ୍ତି । ଗୌରୀ ବିବାହିତା। ତାଙ୍କର ଏକ ଛଅ ବର୍ଷର ପୁଅ ମଧ୍ୟ ରହିଛି।
ଗୌରୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି, ‘ମୁଁ ସର୍ବଦା ଜୀବନରେ ଏମିତି ଏକ ମଣିଷ ଚାହୁଁଥିଲି ଯିଏକି ଦୟାଳୁ, ଭଦ୍ର ଓ ଯତ୍ନ ନେଉଥିବ। ଅମିରଙ୍କ ଭିତରେ ମୁଁ ସେ ସବୁ ପାଇ ପାରିଛି। ମୁଁ ଅମିରଙ୍କୁ ଦୀର୍ଘ ୨୫ ହେବ ଜାଣିଛି। କିନ୍ତୁ ଗତ ଦୁଇବର୍ଷ ହେବ ଅମିରଙ୍କ ପ୍ରତି ମୋର ଦୁର୍ବଳତା ରହି ଆସିଛି।
ଅମିର ଖାନ ପ୍ରି-ବାର୍ଥଡେ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ କହିଥିଲେ, ‘ଯଦିଓ ମୁଁ ବର୍ତ୍ତମାନ ତୃତୀୟ ବିବାହ ବିଷୟରେ କୌଣସି ଚିନ୍ତା ନାହିଁ। କିନ୍ତୁ ଗୌରୀଙ୍କ ସହିତ ସମ୍ପର୍କରେ ଥିବା ନେଇ ମୁଁ ସ୍ପଷ୍ଟ କରି ପାରିବି। ମୁଁ ଜାଣିନାହିଁ ଯେ ୬୦ ବର୍ଷ ବୟସରେ ବିବାହ ମୋତେ ଶୋଭା ଦେବ କି ନାହିଁ। କିନ୍ତୁ ଏତିକି କହି ପାରି କି ମୁଁ ବହୁତ ଭାଗ୍ୟବାନ ଯେ ମୋର ପୂର୍ବତନ ପତ୍ନୀମାନଙ୍କ ସହିତ ମୋର ଭଲ ସମ୍ପର୍କ ଅଛି।’