ଗୌରୀ ଏବଂ ଶାହରୁଖଙ୍କର ବ୍ରେକ୍‌ ଅପ୍‌ ହେବାର ଥିଲା , ଜାଣନ୍ତୁ କିପରି ପତ୍ନୀଙ୍କୁ ମନାଇଥିଲେ ଶାହରୁଖ ?

ମୁମ୍ବାଇ: ଆଜି ବଲିଉଡ ସୁପରଷ୍ଟାର୍‌ ଶାହାରୁଖ୍‌ ଖାନ୍‌ଙ୍କ ପତ୍ନୀ ଗୌରୀଙ୍କ ଜନ୍ମଦିନ। ଗତ ୨୭ ବର୍ଷ ହେବ ଶାହାରୁଖ୍‌ ଖାନ୍‌ ଓ ତାଙ୍କ ପତ୍ନୀ ଗୌରୀ ଖାନ୍‌ ବିବାହ ବନ୍ଧନରେ ରହି ସୁଖୀ ଦାଂପତ୍ୟ ଜୀବନ ଅତିବାହିତ କରୁଛନ୍ତି। ୧୯୯୧ ମସିହାରେ ଏ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।
ଶାହାରୁଖ୍‌ ଖାନ୍‌ଙ୍କୁ ବିବାହ କରିବା ପୂର୍ବରୁ ଗୌରୀଙ୍କ ନାଆଁ ଥିଲା ଗୌରୀ ଛିବ୍‌ବର। ଗୌରୀ ଆଜି ଜଣେ ସଫଳ ଉଦ୍ୟୋଗୀ ମହିଳା। ସେ ୨୦୦୪ରେ ନିଜର ବ୍ୟାନର ରେଡ ଚିଲ୍ଲିସ ଏଣ୍ଟରଟେନମେଣ୍ଟର ପ୍ରତିଷ୍ଠା କରି ‘ମେଁ ହୁଁ ନା’ ଫିଲ୍ମର ପ୍ରଯୋଜନା କରିଥିଲେ। ୨୦୧୨ରେ ଗୌରୀ ଇଣ୍ଟିରିଅର୍‌ ଡିଜାଇନର ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ।
ଶାହାରୁଖ୍‌ ଓ ଗୌରୀ ସ୍କୁଲ ସମୟରୁ ହିଁ ପରସ୍ପରକୁ ଭଲ ପାଉଥିଲେ। ଶାହାରୁଖ୍‌ ମୁସଲମାନ୍‌ ହୋଇଥିବା ସତ୍ତ୍ୱେ ପ୍ରାୟ ପାଞ୍ଚ ବର୍ଷ ଧରି ଗୌରୀଙ୍କ ପରିବାରରେ ନିଜକୁ ହିନ୍ଦୁ ବୋଲି ପରିଚୟ ଦେଇ ଆସିଥିଲେ। ସେ ମୁସଲମାନ୍‌ ବୋଲି ଜାଣିବା ପରେ ଗୌରୀଙ୍କ ପରିବାର ପକ୍ଷରୁ ଏହି ବିବାହକୁ ବିରୋଧ କରାଯାଇଥିଲା। ହେଲେ ପରେ ରାଜି ହୋଇଥିଲେ।


ପ୍ରେମର ପ୍ରାରମ୍ଭିକ ସମୟରେ ଶାହାରୁଖ୍‌ ଗୌରୀଙ୍କୁ ନେଇ ଖୁବ୍‌ ପଜିସିଭ୍‌ ଥିଲେ। ଗୌରୀ କେଶ ମୁକୁଳା ରଖୁଥିଲେ ତାଗିଦ୍‌ କରୁଥିଲେ ଶାହାରୁଖ୍‌। ଅନ୍ୟ କାହା ସହିତ ଗୌରୀ କଥା ହେଲେ ବି ବିରକ୍ତ ହେଉଥିଲେ ଶାହାରୁଖ୍‌। ଏଭଳି ବ୍ୟବହାର ରେ କ୍ଷୁବ୍ଧ ହୋଇଉଠିଥିଲେ ଗୌରୀ। ସେ ଶାହାରୁଖ୍‌ଙ୍କ ସହ ବ୍ରେକ୍‌ ଅପ୍‌ କରିବାକୁ ମଧ୍ୟ ସ୍ଥିର କରିଥିଲେ। କିନ୍ତୁ ଶାହାରୁଖ୍‌ ଗୌରୀଙ୍କୁ ମନାଇଥିଲେ। ତା’ପରେ ଗୌରୀଙ୍କ ମନ ତରଳି ଯାଇଥିଲା।

ସମ୍ବନ୍ଧିତ ଖବର