ମୁମ୍ବାଇ: ଟେଲିଭିଜନ ଜଗତର ସବୁଠାରୁ ଲୋକପ୍ରିୟ ଦମ୍ପତି ଗୌତମ ରୋଡେ ଏବଂ ପଙ୍ଖୁରୀ ଅବସ୍ତି ଏବେ ଯମଜ ସନ୍ତାନଙ୍କ ପିତାମାତା ହୋଇଛନ୍ତି। ମଙ୍ଗଳବାର ପଙ୍ଖୁରୀଙ୍କ ପ୍ରସବ ହୋଇଥିବା ବେଳେ ବୁଧବାର ସକାଳେ ଦମ୍ପତି ସୋସିଆଲ ମିଡିଆରେ ଏହି ଖୁସି ଖବର ସେୟାର କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଗୌତମ ରୋଡେ ଏବଂ ପଙ୍ଖୁରୀ ଅବସ୍ତିଙ୍କ ନିକଟକୁ ତାଙ୍କ ପ୍ରଶଂସକ ଓ ବନ୍ଧୁମାନେ ଶୁଭେଚ୍ଛା ପଠାଇବା ଆରମ୍ଭ କରିଛନ୍ତି।
ଜୁଲାଇ ୨୬, ୨୦୨୩ରେ ପଙ୍ଖୁରୀ ଅବସ୍ତି ତାଙ୍କ ଇନଷ୍ଟା ହ୍ୟାଣ୍ଡେଲରେ ଯମଜ ସନ୍ତାନ ଜନ୍ମ ହେବାର ଖୁସି ଖବର ଦେଇଛନ୍ତି। ଏକ ଫଟୋ ପୋଷ୍ଟ କରି ପଙ୍ଖୁରୀ ଲେଖିଛନ୍ତି, ଆମକୁ ଏକ ଶିଶୁପୁତ୍ର ଓ କନ୍ୟା ଆଶୀର୍ବାଦ ଆକାରରେ ମିଳିଛି। ଆମେ ଖୁସିର ସହ ୪ସଦସ୍ୟ ବିଶିଷ୍ଟ ପରିବାର ଆରମ୍ଭ କରିବାକୁ ଯାଉଛୁ। ସମସ୍ତ ଭଲପାଇବା ଓ ଆଶୀର୍ବାଦ ପାଇଁ ଧନ୍ୟବାଦ।
View this post on Instagram
ଅଭିନେତ୍ରୀଙ୍କ ପୋଷ୍ଟ ପରେ ବନ୍ଧୁ, ପ୍ରଶଂସକ ଏବଂ ଫଲୋୟର୍ସମାନେ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇ ପଙ୍ଖୁରୀଙ୍କ ପୋଷ୍ଟରେ କମେଣ୍ଟ ଦେଇଥିବା ଦେଖାଯାଇଛି। ଦେବୋଲିନା ଭଟ୍ଟାଚାର୍ଜୀ, ଭାରତୀ ସିଂ, ମୋହସିନ୍ ଖାନ୍, ଦିବ୍ୟାଙ୍କା ତ୍ରିପାଠୀ, ବିବେକ ଦାହିଆ, ଟିନା ଦତ୍ତା, ଜସୱୀର କୌର ଏବଂ ଅନନ୍ତ ବିଜୟ ଯୋଶୀଙ୍କ ସମେତ ଅନ୍ୟ କଳାକାରମାନେ ଗୌତମ ଏବଂ ପଙ୍ଖୁରୀଙ୍କୁ ଶୁଭେଚ୍ଛା ଜଣାଇଥିବା ଦେଖାଯାଇଛି।