ମୁମ୍ବାଇ: ବଲିଉଡର ଲୋକପ୍ରିୟ ଦମ୍ପତି ରି‌ତେଶ ଦେଶମୁଖ ଏବଂ ଜେନେଲିଆ ଡି’ସୁଜା ଦେଶମୁଖଙ୍କୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ବିବାହ ପରେ ଜେନେଲିଆ ଫିଲ୍ମରେ ବେଶୀ ସକ୍ରିୟ ରହୁନଥିବା ବେଳେ ବିଭିନ୍ନ ଇଭେଣ୍ଟରେ ନିଜ ସ୍ବାମୀଙ୍କ ସହ ନଜର ଆସନ୍ତି ଜେନେଲିଆ। ଶନିବାର ଉଭୟଙ୍କୁ ଏକ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳିଥିଲା। ଏହି ଇଭେଣ୍ଟର କିଛି ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଜେନେଲିଆ ପୁଣି ଥରେ ଗର୍ଭବତୀ ଥିବା ଚର୍ଚ୍ଚା ହେଉଥିଲା। ଏବେ ଏଭଳି ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି ରିତେଶ।

Advertisment

ଜେନେଲିଆ ପୁଣି ଥରେ ଗର୍ଭବତୀ ଥିବା ଖବରର ସ୍କ୍ରିନସଟ୍ ନେଇ ଇନଷ୍ଟା ଷ୍ଟୋରିରେ ସେୟାର କରି ରିତେଶ ଲେଖିଛନ୍ତି, ଆଉ ୨-୩ଟା ପିଲା ହେଲେ ବି ମୋର କିଛି ଅସୁବିଧା ନାହି। କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଖବରଟି ମିଛ।

ତେବେ ଭାଇରାଲ ହେଉଥିବା ଭିଡିଓରେ, ନୀଳ ପ୍ୟାଣ୍ଟ ସହିତ ଧଳା ସାର୍ଟରେ ରିତେଶଙ୍କୁ ଦେଖିବାକୁ ମିଳିଥିବା ବେଳେ ଜେନେଲିଆ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିଥିବାର ନଜର ଆସିଥିଲେ। ଏହା ସହ ସେ ହଳଦିଆ ରଙ୍ଗର କାନଫୁଲ ଏବଂ ହିଲ୍ସ ପିନ୍ଧିଥିବା ଦେଖାଯାଇଥିଲା। କ୍ୟାମେରା ଆଗରେ ପୋଜ୍ ଦେଉଥିବା ବେଳେ ଜେନେଲିଆ ନିଜ ପେଟ ଉପରେ ହାତ ରଖିଥିବା ଦେଖାଯାଇଥିଲା। ବାରମ୍ବାର ସେ ନିଜ ପେଟ ଲୁଚାଇବାକୁ ଚେଷ୍ଟା କରୁଥିବା ଦେଖି ଲୋକେ ସେ ଗର୍ଭବତୀ ଥିବା ଚର୍ଚ୍ଚା କରିବା ଆରମ୍ଭ କରିଥିଲେ।