ଖୁବ୍‌ ଶୀଘ୍ର ପରଦାକୁ ଆସିପାରେ ‘ଗଜନି-୨’

ମୁମ୍ବାଇ: ବଲିଉଡ୍‌ରେ ପ୍ରତିବର୍ଷ ଅନେକ ସିନେମା ପ୍ରେକ୍ଷାଳୟରେ ପସରା ମେଲାଇ ବହୁ ବ୍ୟବସାୟ କରିଥିବା ବେଳେ ଅନେକ ସିନେମା ସେତେଟା ଲାଭ କରି ପାରନ୍ତି ନାହିଁ। ଯାହାକୁ ଦର୍ଶକମାନେ ଖୁବ୍‌ ଅଳ୍ପ ଦିନରେ ଭୁଲି ଯାଇଥାଆନ୍ତି। କିନ୍ତୁ ଏହି ସିନେମାଗୁଡ଼ିକ ମଧ୍ୟରୁ ଏମିତି କିଛି ସିନେମା ରହିଥାଏ, ଯାହାକୁ ଦର୍ଶକ କେବେ ଭୁଲି ପାରି ନ ଥାଆନ୍ତି। ଆଉ ଏଭଳି ସିନେମାକୁ ଦର୍ଶକ ବରମ୍ବାର ଦେଖିଲେ ବି ସେମାନେ ବୋର ହୋଇ ନ ଥାଆନ୍ତି। ଏଭଳି ସିନେମା ତାଲିକାରେ  ୨୦୦୮ ମସିହାରେ ଆସିଥିବା ‘ଗଜନି’ ରହିଛି।

‘ଗଜନି’ ସିନେମାରେ ଅଭିନେତା ଅମୀର ଖାନ୍‌ଙ୍କ ଭୂମିକା ପୂରାପୂରି ନିଆରା ଥିଲା। ଏହି ସିନେମାରେ ଅମୀରଙ୍କ ଅଭିନୟକୁ ଆଜି ଯାଏଁ ଦର୍ଶକ ମନେ ରଖିଛନ୍ତି। ୧୨ବର୍ଷ ପରେ ଏହି ସିନେମାର ଜବରଦସ୍ତ ରିମେକ୍‌ ‘ଗଜନି-୨’ ଆସିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି।

सुपरहिट फिल्म Ghajini का बन रहा है सीक्वल! जानें कौन बनेगा हीरो?
news18.com

ନିକଟରେ ରିଲାଏନ୍‌ସ ଏଣ୍ଟରଟେନମେଣ୍ଟ ଦ୍ୱାରା ଆମୀରଙ୍କ ‘ଗଜନି’ ଫିଲ୍ମରଏକ ପୋଷ୍ଟର ସେୟାର କରାଯାଇଥିଲା। ଏହାସହ ଏଥିରେ ଲେଖାଥିଲା, ଆମେ ସିନେମା ‘ଗଜନି’ ସମ୍ପର୍କରେ କିଛି କହିବାକୁ ଚାହୁଁଥିଲୁ। ହେଲେ ଆମେ ଭୁଲି ଯାଇଛୁ ଯେ ଆମେ କ’ଣ କହିବାକୁ ଚାହୁଁଥିଲୁ। ଏହାସହ ଆମୀରଙ୍କୁ ଟ୍ୟାଗ କରାଯାଇ କୁହାଯାଇଛି ଯେ ଏଥିପାଇଁ ‘ଗଜନି’କୁ ଦୋଷ ଦିଆଯାଉ।

ଏହାପରେ ଦର୍ଶକେ ଅନୁମାନ କରୁଛନ୍ତି କି ‘ଗଜନି’ର ସିକ୍ୟୁଏଲ ଅର୍ଥାତ ‘ଗଜନି -୨’ ବୋଧେ ପୁଣିଥରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପରଦାକୁ ଫେରିବ। ତେବେ ଏଥିରେ ଲିଡ୍‌ ରୋଲରେ କେଉଁ ଅଭିନେତା ନଜର ଆସିବେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ।

ସମ୍ବନ୍ଧିତ ଖବର