ଭୁବନେଶ୍ବର: କୌସ୍ତୁଭ ଡ୍ରିମ୍ ୱାର୍କ ଷ୍ଟୁଡିଓ ବ୍ୟାନର୍ରେ ନିର୍ମିତ ଆକ୍ସନ ଫିଲ୍ମ ‘ଘମାଘୋଟ’ ଗୁରୁବାର ଓଡ଼ିଶାର ୪୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। କଟକସ୍ଥିତ ବୃନ୍ଦାବନ ଓ ଭୁବନେଶ୍ୱର ମହାରାଜା ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ‘ଘମାଘୋଟ’ର ପ୍ରିମିୟର ସୋ’ ହେବ। ଆଜି ଭୁବନେଶ୍ୱର ପ୍ରେସ୍ କ୍ଲବ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛି ପ୍ରଯୋଜନା ସଂସ୍ଥା। ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ରାଜା ଡି, ଅଭିନେତା ବିଭାସ, ସନୋଜ, ସନ୍ଦୀପ, ତପି ମିଶ୍ର, ମିଷ୍ଟର ରାଉତ ଓ ଅଭିନେତ୍ରୀ ଜୟଶ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ରାଜା ଡି. ଏବଂ ପ୍ରଯୋଜନା କରିଛନ୍ତି କୌଶିକ ଦାସ। ସହ ପ୍ରଯୋଜନାରେ ରହିଛନ୍ତି କୌସ୍ତୁଭ ଦାସ ଓ ରାମ ପଟ୍ଟନାୟକ। ଫିଲ୍ମରେ ମନୋଜ କୁମାର, ଅଭିଷେକ ପଣ୍ଡା, ସନ୍ଦୀପ ମିଶ୍ର, ତପି ମିଶ୍ର, ଆକାଶ ହୋତା, ଆକାଶ ରାଉତ, ଶୈଳେନ୍ଦ୍ର ସାମନ୍ତରାୟ, କ୍ରିଷ୍ଣା କର, ରାଜେଶ ସାହୁ, ଜଣ୍ଟି, ଏମନ ପ୍ରଧାନ, ବିଭାସ ଓ ନବାଗତା ଜୟଶ୍ରୀ ଷଡ଼ଙ୍ଗୀ ଅଭିନୟ କରିଛନ୍ତି। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ, ଅନୁରାଗ ପଟ୍ଟନାୟକ ଓ ସୂର୍ଯ୍ୟଜିତ। ଫିଲ୍ମର ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ରହିଛନ୍ତି।