ଅଭିନେତ୍ରୀଙ୍କ ଚାଞ୍ଚଲ୍ୟକର ବୟାନ୍‌: ମା’ଙ୍କ ଅର୍ଥ ଲୋଭ ପାଇଁ ମାତ୍ର ୧୫ବର୍ଷ ବୟସରେ ହୋଇଥିଲି ଦୁଷ୍କର୍ମର ଶିକାର

ନୂଆଦିଲୀ: ‘୧୫ବର୍ଷ ବୟସରେ ଟଙ୍କା ନେଇ ମା’ ମୋତେ ଦୁଷ୍କର୍ମ କରାଇଥିଲେ’ ବୋଲି ଚାଞ୍ଚଲ୍ୟକର ବୟାନ୍‌ ହଲିଉଡ ଅଭିନେତ୍ରୀ ଡେମି ମୁର୍ ଦେଇଛନ୍ତି।

ଡେମି ମୁର୍ ନିକଟରେ ଟିଭି ସୋ’ ‘ଗୁଡ୍‌ ମର୍ଣ୍ଣିଂ ଆମେରିକା’ରେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ‘ମୋ ମା’ ଖୁବ୍‌ ମଦ ପିଇଥାଆନ୍ତି। ପୁରୁଷଙ୍କ ନଜର ଯେପରି ମୋ ଉପରେ ପଡ଼ିବ ସେଥିପାଇଁ ସେ ଖୁବ୍‌ କମ୍‌ ବୟସରୁ ମୋତେ ବାର ନେଇ ଯାଉଥିଲେ। ମୋତେ ଯେତେବେଳେ ମାତ୍ର ୧୫ ବର୍ଷ ହୋଇଥିଲା, ମୋ ସହ ଦୁଷ୍କର୍ମ କରିବା ପାଇଁ ଜଣେ ବ୍ୟକ୍ତି ମୋ ମା’ଙ୍କୁ ୫୦୦ଡଲାର ଦେଇଥିଲା। ମା’ ବି ଉକ୍ତ ବ୍ୟକ୍ତିର କଥାରେ ରାଜି ହୋଇ ତା’ଠାରୁ ୫୦୦ ଡଲାଇ ନେଇ ଯାଇଥିଲେ।’

ହଲିଉଡ ଅଭିନେତ୍ରୀ ଡେମି ମୁର୍ ଇତି ମଧ୍ୟରେ ଅନେକ ନାମୀଦାମୀ ସିନେମାରେ କାମ କରି ସାରିଛନ୍ତି। ଡେମି ଜଣେ ଅଭିନେତ୍ରୀ ହେବା ସହ ଗୀତକାର ଓ ମଡେଲ ମଧ୍ୟ । ୧୯୯୦ରେ ଆସିଥିବା ‘ଘୋଷ୍ଟ’ ସିନେମା ଜରିଆରେ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ। ଡେମିଙ୍କ ଅଭିନୀତ ଚର୍ଚ୍ଚିତ ସିନେମା ମଧ୍ୟରେ  Ghost, Striptease, Indecent Proposal, G.I. Jane, Disclosure  ଆଦି ସିନେମା ରହିଛି।

ସମ୍ବନ୍ଧିତ ଖବର