ବରଫରେ ଘୁମର ନାଚ : ଭିଡ଼ିଓ ହେଲା ଭାଇରାଲ

ନୂଆଦିଲ୍ଳୀ : ସଂଞ୍ଜୟ ଲୀଲା ଭଂସାଲୀଙ୍କ ଚଳଚ୍ଚିତ୍ର ‘ପଦା୍ମବତ’ ବିରୋଧ ପରେ ୨୫ ଜାନୁଆରୀରେ ରିଲିଜ ହୋଇଛି। ଏତେ ପ୍ରତିବାଦ ଏବଂ ବିରୋଧ ପରେ ମଧ୍ୟ ବକ୍ସ ଅଫିସରେ ସଫଳତା ହାସଲ କରିଛି ପଦ୍ମାବତ । ତେବେ ପଦା୍ମବତ ଚଳଚ୍ଚିତ୍ରର ଘୁମର ସଙ୍ଗୀତ ୨୦୧୮ ମସିହାର ସର୍ବଶ୍ରେଷ୍ଠ ସଙ୍ଗୀତ ରହିଥିବା ବେଳେ ଏହାର ବିଭିନ୍ନ ଭର୍ସନ ୟୁ ଟିଉବରେ ଦେଖିବାକୁ ମିଳିିଛି। ତେବେ ଏବେ ଏହାର ସବୁଠାରୁ ଶ୍ରେଷ୍ଠ ଭର୍ସନ ଆସିଛି ।

photo–youtube

ବର୍ତ୍ତମାନ ୟୁଟ୍ଵୁବରେ ‘ଘୁମର ଡ୍ୟାନ୍ସ ଅନ ଆଇସ’ ବୋଲି ଏକ ଭିଡ଼ିଓ ଭାଇରାଲ ହେଉଛି। ଏହି ଭିଡ଼ିଓରେ ଆଇସ ଡ୍ୟାନ୍ସର ‘ମୟୁରୀ ଭଣ୍ଡାରୀ’ ନାଲି ରଙ୍ଗର ରାଜସ୍ଥାନୀ ପୋଷାକ ପରିଧାନ କରି ବରଫରେ ସ୍କେଟିଂ ସହ ଘୁମର ନୃତ୍ୟ କରିଛନ୍ତି । ଏହି ଭିଡ଼ିଓ କ୍ୟାପସନରେ ସେ ଲେଖିଛନ୍ତି ପଦ୍ମବତୀର ରିଲିଜକୁ ସମ୍ମାନ ଦେବାକୁ ଯାଇ ମୁଁ ଜଣେ ରାଜସ୍ଥାନୀଭାବେ ଆଇସ ସ୍କେଟିଙ୍ଗରେ ଘୁମର ନାଚ କରିଛି । ଏହି ଭିଡ଼ିଓକୁ ଅନେକ ଲୋକ ଦେଖବା ସହ ବହୁତ ଥର ସେୟାର ମଧ୍ୟ କରିଛନ୍ତି । ଏହି ଭିଡ଼ିଓକୁ ମୟୁରୀ ୨୬ ଜାନୁଆରୀରେ ପୋଷ୍ଟ କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୭ ହଜାରରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି । ତେବେ ଏହା ପୂର୍ବରୁ ମଧ୍ୟ ଏନବିଏ ମ୍ୟାଚ ସମୟରେ ଚିୟର ଲିଡ଼ର୍ସମାନେ ଘୁମର ଗୀତରେ ନୃତ୍ୟ କରିଥିଲେ । ତେବେ ଆଗରୁ ମଧ୍ୟ ଅନେକ ବଲିଉଡ଼ ସଙ୍ଗୀତରେ ଆଇସ ଡ଼୍ୟାନ୍ସ କରାଯାଇଥିବାର ଦେଖାଯାଇଛି । ବର୍ତ୍ତମାନ ଏହି ଘୁମର ନୃତ୍ୟ ରହିଛି ବହୁତ ଚର୍ଚ୍ଚାରେ ।

ସମ୍ବନ୍ଧିତ ଖବର