ନୂଆଦିଲ୍ଲୀ: ଯୋଧପୁର ସେଣ୍ଟ୍ରାଲ୍ ଜେଲରେ ଆଉ ଗୋଟିଏ ଦିନ କାଟିବେ ଅଭିନେତା ସଲମାନ୍ ଖାଁ। କାରଣ ଯୋଧପୁର ସେସନ୍ କୋର୍ଟ ତାଙ୍କ ଜାମିନ ଆବେଦନର ଶୁଣାଣିକୁ କାଲି ଅର୍ଥାତ୍ ଶନିବାର ଯାଏଁ ସ୍ଥଗିତ ରଖିଛନ୍ତି । ତେବେ ୧୯୯୮ ମସିହାରେ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗରେ ଗତକାଲି ଅଭିନେତା ସଲମାନ୍ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ପାଇଁ କାରାଦଣ୍ଡାଦେଶର ଶୁଣାଣି କରିଛନ୍ତି। ଏହାକୁ ନେଇ ତାଙ୍କ ପ୍ରଶଂସକ ଖୁବ୍ ଦୁଃଖୀ ହୋଇପଡ଼ିଛନ୍ତି। ଯୋଧପୁର ଜେଲରୁ ନେଇ ମୁମ୍ବାଇ ସଲମାନଙ୍କ ଘର ପର୍ଯ୍ୟନ୍ତ ପ୍ରଶଂସକଙ୍କ ଭିଡ ଜମିଛି।
ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏକ କୁନି ଶିଶୁଟିର ଭିଡିଓ। ଏହି ଶିଶୁଟି ଯେତେବେଳେ ଜାଣିଲା ତାର ପ୍ରିୟ ଅଭିନେତା ସଲମାନ ଖାନ୍ଙ୍କୁ ୫ବର୍ଷ ଜେଲଦଣ୍ଡ ହୋଇଛି। ସେ ସଲମାନଙ୍କୁ ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁହାରି କରିଥିବା ଖବର ମିଳିଛି। ଏହି ଶିଶୁଟି ପ୍ରଧାନମନ୍ତ୍ରୀଙ୍କୁ କହୁଛି କି, ‘ମୋଦି ଜି, ପ୍ଲିଜ ସଲମାନ ଖାନ୍ଙ୍କୁ ଛାଡି ଦିଆଯାଉ। ସେ ମୋର ପ୍ରିୟ ଅଭିନେତା, ମୁଁ ତାଙ୍କୁ ବିବାହ କରିବାକୁ ଚାହୁଁଛି ।’
ତେବେ ପ୍ରଧାନମନ୍ତ୍ରୀଙ୍କୁ ସଲମାନଙ୍କୁ ଛାଡ଼ିବା ପାଇଁ ଶିଶୁଟି ଗୁହାରି କରୁଥିବାର ଏହି ଭିଡିଓକୁ ୟୁଟୁବ୍ରେ ବଲିଉଡ୍ ସ୍ପାଇ ନାମକ ଏକ ଚାନେଲ ପୋଷ୍ଟ କରିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।