ମୁମ୍ବାଇ: ପୁଣି ପରଦାକୁ ଫେରିବେ ବଲିଉଡର ଦେଶୀଗର୍ଲ୍। ଖୁବଶୀଘ୍ର ବଲିଉଡକୁ କମ୍ବ୍ୟାକ୍ କରିବାକୁ ଯାଉଛନ୍ତି ହଲିଉଡ୍ ତଥା ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍। ଆଲିଆ-ଭିକିଙ୍କ ଆଗାମୀ ଚଳଚ୍ଚିତ୍ରରେ ନଜର ଆସିବେ ପ୍ରିୟଙ୍କା। ୬ ବର୍ଷ ପରେ ବଲିଉଡକୁ କମ୍ବ୍ୟାକ୍ କରିବା ଖବର ଶୁଣି ତାଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି। ଅଭିନେତ୍ରୀଙ୍କୁ ଶେଷଥର ପାଇଁ ବଲିଉଡ୍ ଚଳଚ୍ଚିତ୍ର 'ଦି ସ୍କାଏ ଇଜ୍ ପିଙ୍କ୍'ରେ ଦେଖିବାକୁ ମିଳିଥିଲା। ଏବେ ପୁଣିଥରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଦକ୍ଷତା ଦେଖାଇବେ।
ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଲଭ୍ ଆଣ୍ଡ୍ ୱାର୍'ରେ ନଜର ଆସିପାରନ୍ତି ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା। ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀଙ୍କୁ ଗୋଟିଏ ଗୀତରେ ନାଚୁଥିବାର ଦେଖିବାକୁ ମିଳିବ। ତଥାପି, ପ୍ରିୟଙ୍କା ଓ ନିର୍ଦ୍ଦେଶକ ଭଂସାଲୀ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ବୟାନ ଦେଇ ନାହାଁନ୍ତି।
ରିପୋର୍ଟ ଅନୁଯାୟୀ, ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଲଭ୍ ଆଣ୍ଡ୍ ୱାର୍'ରେ ନଜର ଆସିପାରନ୍ତି ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀଙ୍କୁ ଗୋଟିଏ ଗୀତରେ ନାଚୁଥିବାର ଦେଖିବାକୁ ମିଳିବ। ତଥାପି, ପ୍ରିୟଙ୍କା ଓ ନିର୍ଦ୍ଦେଶକ ଭଂସାଲୀ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ବୟାନ ଦେଇ ନାହାଁନ୍ତି। ଭଂସାଲୀଙ୍କ ଏହି ଚଳଚ୍ଚିତ୍ର 'ଲଭ୍ ଆଣ୍ଡ୍ ୱାର୍' ରଣବୀର କପୁର, ଆଲିଆ ଭଟ୍ଟ ଓ ଭିକି କୌଶଲଙ୍କ ଭଳି ବଡ଼ ଷ୍ଟାରକାଷ୍ଟଙ୍କୁ ନେଇ ନିର୍ମିତ ହେବାକୁ ଯାଉଛି।
ପୂର୍ବରୁ ପ୍ରିୟଙ୍କା 'ରାମ-ଲୀଲା'ରେ ଭଂସାଲୀଙ୍କ ପାଇଁ 'ରାମ ଚାହେ ଲୀଲା'ରେ ତାଙ୍କର ଚମତ୍କାର ଅଭିନୟ ଦେଖାଇଥିଲେ। ଏହି ଗୀତଟି ବ୍ଲକବଷ୍ଟର ହୋଇଥିଲା। ଆଜି ମଧ୍ୟ ପ୍ରଶଂସକମାନେ ଏହି ଗୀତକୁ ବହୁତ ପସନ୍ଦ କରନ୍ତି।
ସୂଚନାଯୋଗ୍ୟ, ପ୍ରିୟଙ୍କା ୨୦୧୫ରେ ଆମେରିକା ଚାଲିଯାଇଥିଲେ। ସେବେଠାରୁ ଅଭିନେତ୍ରୀ ବଲିଉଡରେ କେବଳ ଦୁଇଟି ଚଳଚ୍ଚିତ୍ରରେ କାମ କରିଛନ୍ତି। ଏବେ ପୁଣିଥରେ ଚଳଚ୍ଚିତ୍ର 'ଲଭ୍ ଆଣ୍ଡ୍ ୱାର୍'ରେ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ ବୋଲି ଖବର ଶୁଣିବା ପରଠାରୁ ପ୍ରଶଂସକମାନେ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
bollywood | priyanka chopra | Entertainment