ଭାରତୀୟ ବଂଶୋଦ୍ଭବ ହାସ୍ୟ-ଅଭିନେତା ଅଜିଜ୍ ଅନସାରୀ ଗୋଲ୍ଡ଼େନ୍ ଗ୍ଲୋବ୍ ଆଓ୍ଵାର୍ଡ଼ରେ ବାଜିମାତ୍ କରିଛନ୍ତି । ମ୍ୟୁଜିକାଲ୍ କମେଡ଼ି ଶ୍ରେଣୀରେ ଟେଲିଭିଜନ୍ ସିରିଜ୍ ‘ଦ ମାଷ୍ଟର୍ ଅଫ୍ ନନ୍’ରେ ପ୍ରଭାବଶାଳୀ ଅଭିନୟ କରି ସେ ଶ୍ରେଷ୍ଠ ହାସ୍ୟ-ଅଭିନେତା ଭାବେ ପୁରସ୍କୃତ ହୋଇଛନ୍ତି। ଏହା ଅଜିଜ୍ଙ୍କର ପ୍ରଥମ ଗୋଲଡ଼େନ୍ ଗ୍ଲୋବ୍ ଆଓ୍ଵାର୍ଡ଼ ହୋଇଥିବା ବେଳେ ସେ ଏହି ପୁରସ୍କାର ପାଇବାରେ ପ୍ରଥମ ଏସୀୟ।
ଅନସାରୀ ୨୦୧୬ରେ ଏହି ସୋ’ ଲାଗି ଶ୍ରେଷ୍ଠ ଅଭିନେତା ଭାବେ ନାମାଙ୍କନ ହାସଲ କରିଥିଲେ ମଧ୍ୟ ସେଥିରେ ସେ ସଫଳତା ପାଇ ନ ଥିଲେ। ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ଗ୍ରହଣ କରିବା ଅବସରରେ ଅନସାରୀ ନିଜର ପିତାମାତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ନିକୋଲ୍ କିଡ଼୍ମ୍ୟାନ୍ଙ୍କୁ ‘ବିଗ୍ ଲିଟିଲ୍ ଲାଇଜ୍’ପାଇଁ ସମ୍ମାନିତ କରାଯାଇଥିବା ବେଳେ ‘ଲେଡ଼ିବାର୍ଡ଼’କୁ ଶ୍ରେଷ୍ଠ ମୋସନ୍ ପିକ୍ଚରର ଆଓ୍ଵାର୍ଡ଼ ମିଳିଛି। ଏଥିରେ ନିର୍ଦ୍ଦେଶକ ଗିୟର ମୋଡ଼େଲ୍ ଟୋରୋଙ୍କୁ ‘ଦ ସେପ୍ ଅଫ୍ ଓ୍ୱାଟର’ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସମ୍ମାନିତ କରାଯାଇଛି।
ଗୋଲଡ଼େନ୍ ଗ୍ଲୋବ୍ ଆଓ୍ଵାର୍ଡ଼ : ଭାରତୀୟ ବଂଶୋଦ୍ଭବ ଅଜିଜ୍ ଅନସାରୀକୁ ଶ୍ରେଷ୍ଠ ହାସ୍ୟ-ଅଭିନେତା ପୁରସ୍କାର
/sambad/media/post_attachments/wp-content/uploads/2018/01/5a536e3289784.image_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)