କେମିତି ମିଳିଥିଲା ‘ଗୋଲମାଲ୍‌’? କ’ଣ କହିଲେ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ?

ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ନୂଆ ସିନେମା‘ଗୋଲମାଲ୍‌ ଏଗେନ୍‌’ ବକ୍ସ ଅଫିସରେ ଧମାଲ୍‌ କରିଛି। ‘ଗୋଲମାଲ୍‌ ଏଗେନ୍‌’ରେ ଅଜୟ ଦେବଗନ୍‌,ତବୁ ,ପରିଣୀତି ଚୋପ୍ରା ,ଅରସାଦ୍‌ ଓ୍ଵାରସୀ ,ତୁଷାର କପୁର ଏବଂ ଶ୍ରେୟସ ତଲପଡ଼େ ପ୍ରମୁଖ ଅଭିନୟ କରିଛନ୍ତି। ସେ ଏବେ ତାଙ୍କୁ କିପରି ଗୋଲମାଲ୍‌ ଫିଲ୍ମ ପ୍ରଥମେ ମିଳିଥିଲା ତାହାର ଖୁଲାସା କରିଛନ୍ତି।

photo-navbharattimes

ରୋହିତ ସେଟ୍ଟୀ କହିଛନ୍ତି ଯେ ଦିନେ ଲେଖକ-ନିର୍ଦ୍ଦେଶକ ନୀରଜ ଭୋରା ତାଙ୍କ ପାଖକୁ ଏହି ସିନେମାର ସ୍କ୍ରିପ୍ଟ ଶୁଣାଇଥିଲେ। ଏସଂପର୍କରେ ସେ ତାଙ୍କର ଭଲ ସାଙ୍ଗ ଅଜୟ ଦେବଗନ୍‌ଙ୍କୁ କହିଲେ। ଅଜୟ ଆଗେଇବାକୁ କହିଲେ ଏବଂ ଗୋଲମାଲ୍‌ ସିରିଜର ପ୍ରଥମ ସିନେମାର କାମ ଆରମ୍ଭ ହୋଇଥିଲା। ଏବେ ସେ ଅମିତାଭ ବଚ୍ଚନଙ୍କୁ ନେଇ ଏକ ସିନେମା ତିଆରି କରିବାକୁ ଚାହାଁନ୍ତି ବୋଲି କହିଛନ୍ତି ରୋହିତ। ସେ କହିଛନ୍ତି ଯେ ଅମିତାଭ ହେଉଛନ୍ତି ତାଙ୍କର ସବୁଠୁ ପ୍ରିୟ କଳାକାର।

ସମ୍ବନ୍ଧିତ ଖବର