ଆମେ ଆଉ ସୁଶାନ୍ତଙ୍କ ହସ ଶୁଣି ପାରିବୁନି

ସୁଶାନ୍ତଙ୍କ ମୃତ୍ୟୁର ୧୩ ଦିନ ପରେ ତାଙ୍କ ପରିବାର ପକ୍ଷରୁ ଏକ ଭାବବିହ୍ବଳ ବାର୍ତା ସେୟାର କରାଯାଇଛି। ବାର୍ତାଟି ରହିଛି ଏମିତି; ସେ ଖୋଲା ହୃଦୟର ଓ ଭାରି ଗପୁଡ଼ା ଥିଲେ। ସବୁ ଜିନିଷକୁ ନେଇ କୌତୂହଳୀ ଥିଲେ। ସେ ସ୍ବପ୍ନ ଦେଖୁଥିଲେ ଏବଂ ସିଂହ ଭଳି ସ୍ବପ୍ନ ପଛରେ ପିଛା କରୁଥିଲେ। ସବୁବେଳେ ହସୁଥିବା ବେ‌ଳେ ସେ ଆମ ପରିବାରର ଗର୍ବ ଓ ପ୍ରେରଣା ଥିଲେ। ଟେଲିସ୍କୋପ ଥିଲା ତାଙ୍କ ପାଇଁ ସବୁଠୁ ମୂଲ୍ୟବାନ ସମ୍ପତ୍ତି। ସେଥିରେ ସେ ତାରାଗଣଙ୍କୁ ଦେଖୁଥିଲେ। ଆମେ ତାଙ୍କର ସେ ମୂଲ୍ୟବାନ ହସ ଆଉ ଶୁଣିପାରିବୁ ନାହିଁ। ତାଙ୍କର କଥା କୁହା ଆଖିକୁ ମଧ୍ୟ ଆଉ ଦେଖିପାରିବୁ ନାହିଁ। ବିଜ୍ଞାନ ବାବଦରେ ତାଙ୍କର ଚର୍ଚ୍ଚା ଆଉ ଶୁଣିପାରିବୁ ନାହିଁ। ତାଙ୍କ ଅନୁପସ୍ଥିତି ଏକ ସ୍ଥାୟୀ ଶୂନ୍ୟସ୍ଥାନ ସର୍ବଦା ସୃଷ୍ଟି କରିଦେବ। ସେ ତାଙ୍କର ପ୍ରତ୍ୟେକ ପ୍ରଶଂସକଙ୍କୁ ଖୁବ୍‌ ଭଲ ପାଉଥିଲେ।

ସମ୍ବନ୍ଧିତ ଖବର