ମୁମ୍ବାଇ : ସଲମାନ ଖାନ୍ି ବଲିଉଡର ସଫଳ କଳାକାର ମଧ୍ୟରୁ ଜଣେ । କେବେ ‘ଦବଙ୍ଗ’ ତ କେବେ ‘ଟାଇଗର’ ତ ଆଉ କେବେ ‘ବଡ଼ିଗାର୍ଡ଼’ ହୋଇ ସେ ସମସ୍ତଙ୍କ ମନରେ ରାଜ କରିବା ସହ ନିଜର ଏକ ଅପୂରଣୀୟ ସ୍ଥାନ ତିଆରି କରି ପାରିଛନ୍ତି । ତାଙ୍କର ରିଲିଜ ହେଉଥିବା ଅଧିକାଂଶ ଫିଲ୍ମ ବ୍ଲକ୍ବଷ୍ଟର ହେଉଥିବା ବେଳେ ଫିଲ୍ମ ଆରମ୍ଭ କରିବା ପୂର୍ବରୁ ସବୁ ନିର୍ଦ୍ଦେଶକ ପ୍ରଯୋଜକ ତାଙ୍କୁ ଖୋଜି ଥାଆନ୍ତି । ନିଜ ଅଭିନୟର ଯାଦୁରେ ସେ ଦର୍ଶକଙ୍କୁ ପାଗଳ କରିବା ସହ ଅନ୍ୟକୁ ସାହାଯ୍ୟ କରିବାରେ ମଧ୍ୟ ତାଙ୍କର ଖ୍ୟାତି ରହିଛି। ତେବେ ସଲମାନଙ୍କର ଏମିତି ୩ଟି ଖାସ୍ ଗୁଣ ରହିଛି ଯାହା ପାଇଁ ସେ ତାଙ୍କ ପ୍ରଶଂସକଙ୍କ ମନରେ ରାଜ୍ କରନ୍ତି । ଆସନ୍ତୁ ଜାଣିବା ସଲମାନଙ୍କ ସେହି ଗୁଣଗୁଡ଼ିକ ବିଷୟରେ…
୧. ସଲମାନ ସବୁବେଳେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥାଆନ୍ତି । କିଛି ଦିନ ତଳେ ସେ ତାଙ୍କ ସହ କଳାକାର ପୂଜା ଡଡ଼୍ଓ୍ଵାଲଙ୍କୁ ଆର୍ଥିକ ସାହାଯ୍ୟ କରି ଚର୍ଚ୍ଚାରେ ଅଛନ୍ତି । କେବଳ ପୂଜା ନୁହେଁ, ଏହା ପୂର୍ବରୁ ସେ ଅନେକ କଳାକାରମାନଙ୍କୁ ଆର୍ଥିକ ସହୟତା କରି ସେମାନଙ୍କ ଅସୁବିଧାର ସମାଧାନ କରିଛନ୍ତି । ଏହା ସହ ତାଙ୍କ ଏନ୍ଜିଓ ବିଙ୍ଗ୍ ହ୍ୟୁମାନ ଜରିଆରେ ସେ ମୁମ୍ବାଇରେ ଥିବା କ୍ୟାନ୍ସର ରୋଗୀଙ୍କୁ ପ୍ରତିମାସରେ ଆର୍ଥକ ସହାୟତା ପଠାଇଥାଆନ୍ତି ।

୨.ସଲମାନ ସବୁବେଳେ ଅନ୍ୟକୁ ସୁଯୋଗ ଦେବାରେ ବିଶ୍ୱାସ କରିଥାଆନ୍ତି । କିଛି କଳାକାର ନିଜ ସ୍ଥାନ ଅନ୍ୟ କେହି ନେଇଯିବା ଡ଼ରରେ କାହାକୁ ସୁଯୋଗ ଦିଅନ୍ତି ନାହିଁ । କିନ୍ତୁ ସଲମାନ ସେପରି ନ କରି ସବୁବେଳେ ନୂଆ ନୂଆ ଚେହେରାକୁ ବଲିଉଡ଼ରେ ପ୍ରବେଶ କରିବା ପାଇଁ ସୁଯୋଗ ଦେଇଥାଆନ୍ତି । ତାଙ୍କ ପାଇଁ ବରୁଣ ଧାଓ୍ଵନ,ଡ଼େଜି ଶାହା,କ୍ୟାଟ୍ରିନା କୈଫ୍ ଓ ସୋନାକ୍ଷୀ ସିହ୍ନା ଆଜି ଷ୍ଟାର ବନି ପାରିଛନ୍ତି ।
୩. ସଲମାନ୍ଙ୍କର ଆଉ ଏକ ଭଲ ଗୁଣ ହେଉଛି ସେ କାମ ସହ ପରିବାର ଏବଂ ସଂମ୍ପର୍କୀୟଙ୍କୁ ଅଧିକ ସମ୍ମାନ ଦେଇଥାଆନ୍ତି ।