ସନ୍ନି ଲିଓନିଙ୍କ ଫିଲ୍ମସୁଟିଂ ବେଳେ ସେଟରେ ପହଁଚିଲେ ଗୁଣ୍ଡା, କାହିଁକି ଆସିଲେ ଗୁଣ୍ଡା ଜାଣନ୍ତୁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ଏବେ ତାଙ୍କ ୱେବ ସିରିଜ ‘ଅନାମିକା’ର ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି | ଏହି ୱେବ ସିରିଜକୁ ଜଣାଶୁଣା ସିନେ ନିର୍ମାତା ବିକ୍ରମ ଭଟ୍ଟ ନିର୍ମାଣ କରୁଥିବାବେଳେ ଏବେ ଏମିତି କିଛି ଘଟଣା ଘଟିଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ମିଳିଥିବା ସୂଚନା ମୁତାବକ ୱେବ ସିରିଜର ସୁଟିଂବେଳେ କିଛି ଗୁଣ୍ଡା ଅଚାନକ ସୁଟିଂ ସେଟରେ ପହଁଚିଯାଇଥିଲେ | ଆଉ ବିକ୍ରମ ଭଟ୍ଟ ସୁଟିଂକୁ ଅଧାରେ ଅଟକାଇ ସନ୍ନିଙ୍କୁ ଭ୍ୟାନିଟି ଭ୍ୟାନରେ ସୁରକ୍ଷିତ ଭାବେ ପହଞ୍ଚାଇଥିଲେ | ତେବେ ବିକ୍ରମ ଭଟ୍ଟଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା | ପ୍ରଥମତଃ ବିକ୍ରମଙ୍କୁ ସୁଟିଂ ଅଟକାଇବାକୁ ପଡିଥିଲା ଓ ଦ୍ଵିତୀୟରେ ଟଙ୍କା ଦେଇ ଅନ୍ୟ ସ୍ଥାନରେ ସୁଟିଂ ପାଇଁ ଅନୁମତି ନେବାକୁ ପଡିଥିଲା |

ତେବେ ମିଳିଥିବା ସୂଚନା ମୁତାବକ ବିକ୍ରମ ଭଟ୍ଟ ଯେଉଁମାନଙ୍କୁ ଗୁଣ୍ଡା ବୋଲି ଅଭିହିତ କରିଥିଲେ, ସେମାନେ ବଲିଉଡର ଷ୍ଟଣ୍ଟ ନିର୍ଦ୍ଦେଶକ ଆବାସ ଅଲ୍ଲୀ ମୋଗୁଲଙ୍କ ଲୋକ ଥିଲେ | ସେହିମାନେ ବିକ୍ରମ ଭଟ୍ଟଙ୍କୁ ୧୩ରୁ ୧୪ ଲକ୍ଷ ଟଙ୍କା ଦେବାକୁ ବାଧ୍ୟ କରିଥିଲେ | ଅନ୍ୟ ଏକ ରିପୋର୍ଟ ମୁତାବକ ୱେବ ସିରିଜ ‘ଅନାମିକା’ର ସୁଟିଂ ଯେତେବେଳେ ଚାଲିଥିଲା, ସେତେବେଳେ ଫାଇଟର୍ସ ଆସୋସିଏସନର କିଛି ସଦସ୍ୟ ସୁଟିଂ ସେଟରେ ପହଂଚିଥିଲେ | ସେମାନେ ବିକ୍ରମ ଭଟ୍ଟଙ୍କୁ ୩୮ ଲକ୍ଷ ଟଙ୍କା ଦେବାକୁ କହିଥିଲେ |

ଆବାସ ଅଲ୍ଲୀଙ୍କ ସହ ବିକ୍ରମ ଚୁକ୍ତି କରିଥିବା ୮ଟି ପ୍ରୋଜେକ୍ଟ ପାଇଁ ଏହି ଟଙ୍କା ଦାବି କରାଯାଇଥିଲା | ଏହି ଘଟଣାକୁ ନେଇ ବିକ୍ରମ ଭଟ୍ଟ କହିଛନ୍ତି ଯେ,’ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତିମାନେ ସୁଟିଂ ସେଟକୁ ଆସିବା ନେଇ ଆଚମ୍ବିତ ହୋଇଯାଇଥିଲି | ସନ୍ନି ଲିଓନିଙ୍କୁ କେମିତି ସୁରକ୍ଷିତ ରଖାଯିବ, ତାହା ମୋର ପ୍ରାଥମିକତା ଥିଲା | ସନ୍ନିଙ୍କୁ ଭ୍ୟାନିଟିରେ ସୁରକ୍ଷିତ ଭାବେ ପହଂଚାଇବା ପରେ ମତେ ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା | ଟଙ୍କା ଦେବା ପରେ ହିଁ ସେମାନେ ସୁଟିଂ ସେଟରୁ ଯାଇଥିଲେ | ତେବେ ଏଥିପାଇଁ ମୁଁ ଆଉ ସୁଟିଂ କରିପାରିନଥିଲି’ |

ସମ୍ବନ୍ଧିତ ଖବର