ଗର୍ଜିଅସ୍ ଗୁଞ୍ଜନ୍

‘ଧଡକ୍’ ଚଳଚ୍ଚିତ୍ରରୁ ବଡ଼ ପରଦାରେ ପାଦ ଦେଇଥିବା ଜାହ୍ନବୀଙ୍କୁ ଏହା ଭିତରେ ‘ଘୋଷ୍ଟ ଷ୍ଟୋରିଜ୍’, ‘ଅଙ୍ଗ୍ରେଜି ମିଡିଅମ୍’, ‘ଗୁଞ୍ଜନ ସକ୍ସେନୋ: ଦ କାର୍ଗିଲ ଗାର୍ଲ’, ‘ରୁହି’ ଆଦିରେ ଫିଲ୍ମରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି। ଆଗକୁ ଆସୁଛି ଜାହ୍ନବୀଙ୍କ ଅଭିନୀତ ‘ଦୋସ୍ତାନା-୨’ ଓ ‘ଗୁଡ୍ ଲକ୍ ଜେରି’। ସୁନ୍ଦରୀ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ। କିଛିଦିନ ତଳେ ସେ ସୂର୍ଯ୍ୟାସ୍ତ ବେଳେ ସମୁଦ୍ର ତଟରେ ନିଜର କିଛି ଫଟୋସୁଟ୍ କରିଛନ୍ତି। ସେ ହ୍ବାଇଟ୍ ଟପ୍ ଓ ପ୍ରିଣ୍ଟେଡ୍ ସର୍ଟସ ପିନ୍ଧିଥିବାର ଦେଖିବାକୁ ମିଳିଛି। ବିନା ମେକ୍‌ଅପ୍‌ରେ ସେ ହାତରେ ଚୁଡ଼ି ପିନ୍ଧି ବେଶ୍ ଆକର୍ଷକ ଲାଗୁଛନ୍ତି। କେବଳ ନିଜର ନୁହେଁ, ବେଳାଭୂମିରେ କେତେଜଣ ବାନ୍ଧବୀଙ୍କ ମେଳରେ ଛିଡ଼ାହେଇ ଜାହ୍ନବୀ ଯେଉଁ ଫଟୋସୁଟ୍ କରିଥିଲେ, ସେଗୁଡ଼ିକ ମଧ୍ୟ ଆକର୍ଷକ ଲାଗୁଛି।

ସମ୍ବନ୍ଧିତ ଖବର