ସିମ୍‌ ସହ ଆଧାର ସଂଯୋଗ କରାଇ ମାଗଣାରେ ପାଇହେବ ‘ପଦ୍ମାବତୀ’ ଟିକେଟ୍‌!

‘ପଦ୍ମାବତୀ’ ସିନେମାକୁ ନେଇ ଦେଶ ସାରା ବିବାଦ ଲାଗି ରହିଛି। କରଣୀ ସେନା ସିନେମାକୁ ରିଲିଜ କରାଇ ନଦେବା ପାଇଁ ଚେଷ୍ଟା କରୁଛନ୍ତି। ଆଉ ଏବେ ସିନେମା ବିରୋଧରେ କିଛି ରାଜ୍ୟର ମୁଖମନ୍ତ୍ରୀ ମଧ୍ୟ ଏକାଠି ହୋଇଛନ୍ତି। ଦୀପିକା ପାଦୁକୋନ୍‌, ଶାହିଦ କପୁର, ରଣବୀର ସିଂଙ୍କ ଅଭିନୀତ ଏହି ସିନେମା ୧ ଡିସେମ୍ବରରେ ରିଲିଜ୍‌ ହେବାର ଥିଲା। କିନ୍ତୁ ବର୍ତ୍ତମାନ ଲାଗି ରହିଥିବା ବିବାଦକୁ ଦେଖିଲେ ଜଣାପଡୁଛି, ସିନେମା କେବେ ରିଲିଜ ହେବ ସେ ନେଇ ସ୍ପଷ୍ଟ ହୋଇନାହିଁ। ତେବେ, ବିବାଦକୁ ଦେଖି ରିଲିଜିଂ ତାରିଖ ମଧ୍ୟ ରଦ୍ଦ ହୋଇଛି। ଅନ୍ୟପଟେ ଆଇଡ଼ିଆ ସେଲ୍ୟୁଲାର ପେଟିଏମ୍‌ ସହ ମିଶି ପଦ୍ମାବତୀର ଟିକେଟ୍‌ ଘୋଷଣା କରିଛନ୍ତି।

ଆଇଡ଼ିଆର ଅଫର ଅନୁସାରେ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ୍‌ କରାଇବା ଦ୍ୱାରା ୨୫୦ ଟଙ୍କାର ପେଟିଏମ୍‌ ମୁଭି ଭାଉଚର୍‌ ମିଳିବ। ଏହି ଅଫର ଆଇଡିଆର ପ୍ରିପେଡ ଓ ପୋଷ୍ଟପେଡ ଉଭୟ ଗ୍ରାହକଙ୍କୁ ମିଳିବ। ତେବେ ଏହା କେବଳ ସେହି ଗ୍ରାହକଙ୍କ ପାଇଁ ଯିଏ ୨୪ ନଭେମ୍ବର ପୂର୍ବରୁ ମୋବାଇଲକୁ ଆଧାର ସହ ଲିଙ୍କ୍‌ କରାଇବେ। ଏହି ଅଫର ଅନୁସାରେ ଏକ ଲକି ଡ୍ର ବ୍ୟବହାର କରାଯିବ ଏବଂ ବିଜେତାକୁ ମେସେଜ ଜରିଆରେ ୨୯ ନଭେମ୍ବର ପର୍ଯ୍ୟନ୍ତ ସୂଚନା ମିଳିଯିବ। ଅଫର ଅନୁସାରେ ୨୫୯୦ ଟଙ୍କାର ୨୦ ହଜାର ପେଟିଏମ୍‌ ମୁଭି ଭାଉଚର ଆଇଡିଆ ଗ୍ରାହକଙ୍କୁ ପ୍ରାଦାନ କରାଯିବ।

ସମ୍ବନ୍ଧିତ ଖବର